ଖୋର୍ଦ୍ଧା: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ କାରବାରର ପର୍ଦ୍ଦାଫାସ କରୁଛି ଅବକାରୀ ବିଭାଗ । ଏନେଇ ଖୋର୍ଦ୍ଧା ସଦର ଏବଂ ଜଙ୍କିଆ ଥାନାର ବିଭିନ୍ନ ଅଞ୍ଚଳରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ଚୋରା ମଦ ବିକ୍ରି ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ବିଭାଗ । ଏଥିସହ ସେମାନଙ୍କ ନିକଟରୁ ପାଖାପାଖି 24 ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଛତିପୁର ଗ୍ରାମର ବାସୁଦେବ ନିଷଙ୍କ, ଗଡଗୁଡୁମ ଗ୍ରାମର ଅରକ୍ଷିତ ରଣସିଂ ଏବଂ ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ ଅଞ୍ଚଳର ଶାନ୍ତି ଭୁଜବଳ । ପ୍ରକାଶ ଯେ, ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି ବିଭାଗ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ