ଖୋର୍ଦ୍ଧା: ମହାମାରୀ ସମୟରେ ସକ୍ରିୟ ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ । ମାଫିଆଙ୍କ ପାଇଁ ସୁବିଧା ବାଟ ପାଲଟିଛି ରେଳପଥ । ସେଥିପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟ୍ରେନ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ।
କୌଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧାରୋଡ ରେଳ ସୁରକ୍ଷା ବଳର ସ୍ପେଶାଲ୍ ୱିଙ୍ଗ ଟିମ୍ ଅଚାନକ ଚଢ଼ାଉ କରି ବିହାର ରାଜ୍ୟ ବକ୍ସର ଜିଲ୍ଲାର ତିନି ଜଣଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ଠାରୁ ୨୪ କେଜି ଗଞ୍ଜେଇ ଜବତ କରିଛି । ସେମାନଙ୍କ ଠାରୁ ନଗଦ ୪୫ ହଜାର ଟଙ୍କା ଓ ୪ ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ରେଳ ସୁରକ୍ଷା ବଳ । ଗିରଫ ଗଞ୍ଜେଇ ମାଫିଆ ମାନେ ହେଲେ ଶିବାଜୀ ୟାଦବ, ଚନ୍ଦ୍ରଶେଖର କୁମାର, ମନ୍ଦନ କୁମାର । ଏମାନେ ଓଡ଼ିଶାରୁ ଗଞ୍ଜେଇ ନେଇ ବିହାର ଚୋରା ଚାଲାଣ କରୁଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ