ETV Bharat / entertainment

ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3; 300 କୋଟି କ୍ଲବରେ ସାମିଲ ହେଲା ଅଜୟ-କାର୍ତ୍ତିକଙ୍କ ଫିଲ୍ମ - SINGHAM AGAIN VS BHOOL BHULAIYAA 3

'ସିଙ୍ଘମ ଏଗେନ ଓ ଭୁଲ ଭୁଲେୟା 3' ବିଶ୍ୱ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରିଛି । ଉଭୟ ଫିଲ୍ମର 10ମ ଦିନର କଲେକ୍ସନ ଜାଣନ୍ତୁ,

Singham Again Vs Bhool Bhulaiyaa 3 Box Office
Singham Again Vs Bhool Bhulaiyaa 3 Box Office (film poster)
author img

By ETV Bharat Entertainment Team

Published : Nov 11, 2024, 11:09 AM IST

ହାଇଦ୍ରାବାଦ: ଦିୱାଲୀ ଅବସରରେ ବକ୍ସ ଅଫିସରେ 'ସିଙ୍ଘମ ଏଗେନ ଓ ଭୁଲ ଭୁଲେୟା 3' ମୁକ୍ତିଲାଭ କରିଥିଲା । ଉଭୟ ଚଳଚ୍ଚିତ୍ର ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିଛି । ଉଭୟ ଫିଲ୍ମର ଭିନ୍ନ କାହାଣୀ ରହିଥିବା ବେଳେ ଲୋକେ ଦୁଇଟି ଯାକ ଫିଲ୍ମକୁ ପସନ୍ଦ କରୁଛନ୍ତି । ଉଭୟ ଚଳଚ୍ଚିତ୍ର ପ୍ରଥମ ସପ୍ତାହ ଶେଷରେ 100 କୋଟି ଟଙ୍କା କ୍ଲବରେ ଯୋଗଦେବାରେ ସଫଳ ହୋଇଥିଲେ । ବର୍ତ୍ତମାନ 10ମ ଦିନରେ କାର୍ତ୍ତିକ ଆର୍ଯ୍ୟନ ଓ ଅଜୟ ଦେବଗନଙ୍କ ଫିଲ୍ମ ବିଶ୍ୱ ବକ୍ସ ଅଫିସରେ 300 କୋଟି ପାର୍ କରିଥିବା ବେଳେ ଭାରତରେ 200 କୋଚି କ୍ଲବରେ ସାମିଲ ହୋଇଛି ।

'ସିଙ୍ଘମ ଏଗେନ' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁସାରେ, ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମର କ୍ରେଜ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଫିଲ୍ମ 10 ଦିନ ମଧ୍ୟରେ ବିଶ୍ୱ ବକ୍ସ ଅଫିସରେ 300 କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରି 2024 ର ତୃତୀୟ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି । ସେହିପରି ଭାରତରେ ଏହି ଫିଲ୍ମ 200 କୋଟି ପାର୍ କରିଛି । ଏହି ଫିଲ୍ମ 43.5 କୋଟି ସହ ଓପନିଂ କରିଥିବା ବେଳେ ଦ୍ୱିତୀୟ ରବିବାର ଅର୍ଥାତ 10 ଦିନରେ 13.25 କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ 206.50 କୋଟିକୁ ବୃଦ୍ଧି ପାଇଛି ।

  • ପ୍ରଥମ ଦିନ- 43.5 କୋଟି
  • ଦ୍ୱିତୀୟ ଦିନ- 42.5 କୋଟି
  • ତୃତୀୟ ଦିନ- 35.75 କୋଟି
  • 4ର୍ଥ ଦିନ- 18 କୋଟି
  • 5ମ ଦିନ- 14 କୋଟି
  • 6ଷ୍ଠ ଦିନ- 10.5 କୋଟି
  • 7ମ ଦିନ- 8.75 କୋଟି
  • 8ମ ଦିନ- 8 କୋଟି
  • 9ମ ଦିନ- 12.25 କୋଟି
  • 10ମ ଦିନ- 13.25 କୋଟି

ମୋଟ କଲେକ୍ସନ 206.50 କୋଟିକୁ ବୃଦ୍ଧି

'ଭୁଲ ଭୁଲେୟା 3' ବକ୍ସ ଅଫିସ କଲେକ୍ସନ

ପ୍ରଥମ ସପ୍ତାହ ଶେଷ ପରେ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଦ୍ୱିତୀୟ ରବିବାରରେ ଏକ ନୂତନ ସଫଳତା ହାସଲ କରିଛନ୍ତି । 'ଭୁଲ ଭୁଲେୟା 3' ଭାରତରେ 200 କୋଟି କ୍ଲବରେ ସାମିଲ ହୋଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିଅରର ପ୍ରଥମ ଚଳଚ୍ଚିତ୍ରରେ ପରିଣତ ହୋଇଛି । ଦ୍ୱିତୀୟ ରବିବାର ଅର୍ଥାତ 10 ଦିନରେ 16.50 କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ 199.50 କୋଟିକୁ ବୃଦ୍ଧି ପାଇଛି । ଏଥି ସହିତ 'ଭୁଲ ଭୁଲୁୟା 3' ବିଶ୍ୱ ବକ୍ସ ଅଫିସରେ 300 କୋଟି ଆୟ କରି ଆଉ ଏକ ସଫଳତା ହାସଲ କରିଛି ।

  • ପ୍ରଥମ ଦିନ- 35.5 କୋଟି
  • ଦ୍ୱିତୀୟ ଦିନ- 37କୋଟି
  • ତୃତୀୟ ଦିନ- 33.5 କୋଟି
  • 4ର୍ଥ ଦିନ- 18 କୋଟି
  • 5ମ ଦିନ- 14 କୋଟି
  • 6ଷ୍ଠ ଦିନ- 10.75 କୋଟି
  • 7ମ ଦିନ- 9.5 କୋଟି
  • 8ମ ଦିନ- 9.25 କୋଟି
  • 9ମ ଦିନ- 15.5 କୋଟି
  • 10ମ ଦିନ- 16.50 କୋଟି

ମୋଟ କଲେକ୍ସନ 199.50 କୋଟିକୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର 200 କୋଟି କ୍ଲବରେ ଏଣ୍ଟ୍ରି କରିବ 'ଭୁଲ ଭୁଲେୟା 3-ସିଙ୍ଘମ ଏଗେନ', ସପ୍ତାହକରେ ଏତିକି ହେଲା କଲେକ୍ସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.