ETV Bharat / state

୩ ସାରସ୍ବତ ସାଧକଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର - ଓଡ଼ିଶା ସାହିତ୍ୟ ଏକାଡେମୀ

ଆଜି ୩ ସାରସ୍ବତ ସାଧକଙ୍କୁ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର'ରେ ସମ୍ମାନିତ କରାଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 8, 2023, 9:33 PM IST

Updated : May 8, 2023, 10:31 PM IST

୩ ସାରସ୍ବତ ସାଧକଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ବର: ୩ ସାରସ୍ବତ ସାଧକଙ୍କୁ ମିଳିଲା ସର୍ବୋଚ୍ଚ ସାରସ୍ଵତ ସମ୍ମାନ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର' ଓ ୪୪ ବରିଷ୍ଠ ସାହିତ୍ୟକଙ୍କୁ ସାରସ୍ବତ ସାଧକ ଓ ସାଧିକା ସମ୍ମାନ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଦିଆଯାଇଛି । ରବୀନ୍ଦ୍ର ମଣ୍ଡପରେ ଏକ ଭବ୍ୟ କାର୍ଯ୍ୟକ୍ରମରେସାହିତ୍ୟର ପୂଜାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୨୦୨୩ ପାଇଁ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାଦା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଗ୍ରହଣ କରିଛନ୍ତି ।

ଏହି ଉତ୍ସବ ୩ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ହେଉଥିବା ବେଳେ ୨୦୨୧, ମସିହା ପାଇଁ ସୁନାମଧନ୍ୟା କଥାକାର ଓ ଔପନ୍ୟାସିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ୨୦୨୨ ପାଇଁ ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ପଦ୍ମଵିଭୂଷଣ ଡ. ସୀତାକାନ୍ତ ମହାପାତ୍ର ଓ ୨୦୨୩ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାଦା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଗ୍ରହଣ କରିଛନ୍ତି । ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଚେକ, ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସେହିପରି ସମ୍ବର୍ଦ୍ଧନା ସ୍ବରୂପ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଚେକ, ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ ଉତ୍ସବ

ଅନ୍ୟପଟେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଉଦଘାଟକ ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ବରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥି ଭିତରେ ଏକାଡେମୀ ସଚିବ ପ୍ରବୋଧ ରାଉତ ଡ. ସଂଗ୍ରାମ ଜେନା । ସମସ୍ତ ଅତିଥିବୃନ୍ଦ ପୁରସ୍କୃତ ଓ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଓଡ଼ିଆ ସାହିତ୍ୟର ଉଜ୍ଜଳ କାମନା କରିଥିଲେ। ଅତିଥିମାନଙ୍କୁ ଏକାଡେମୀ ପକ୍ଷରୁ ଉପଢୌକନ ଓ ପୁସ୍ତକ ଉପହାର ଦେଇ ସଭାକୁ ସ୍ବାଗତ କରାଯାଇଥିଲା ।

ଏହା ବି ପଢନ୍ତୁ- କଂଗ୍ରେସରେ ୯ ବିଧାୟକ, ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଚିରଞ୍ଜୀବ ବିଶ୍ବାଳ

ତେବେ ଏହି ଅବସରରେ ସମ୍ମାନ ପ୍ରଦାନ ପୂର୍ବକ ପ୍ରତିଭା ରାୟ ନିଜ ଅଭିଭାଷଣରେ କହିଛନ୍ତି, "ସାହିତ୍ୟ ହେଉଛି ଏକ ସାଧନା । ଆଉ ଏହି ସାଧନ କେବେ ଶେଷ ହୁଏନାହିଁ । ଆଜି ମୁଁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇ ଖୁସି ହେଲି ସତ କିନ୍ତୁ ସାହିତ୍ୟକୁ ରୁଦ୍ଧିମନ୍ତ କରିବାର ସାଧନ ମୋର କେବେ ବନ୍ଦ ହେବ ନାହିଁ । ତେଣୁ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଲେଖକ ଓ ପାଠକ ଉଭୟଙ୍କୁ ପ୍ରୟାସ କରିବାକୁ ପଡି଼ବ । ସେହିପରି ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାଦା କହିଥିଲେ, "ସାହିତ୍ୟ ଓ ସାହିତ୍ୟ ଏକାଡେମୀ ହେଉଛି ମୋର ପ୍ରାଣ । ସାହିତ୍ୟ ମନ୍ଦିରରର ଏକାଡେମୀର ଏହି ସାରସ୍ବତ ତୀର୍ଥକୁ ମୋର ପ୍ରଣାମ । ଆଉ ଆଜି ସେହି ତୀର୍ଥ ମତେ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିବା ବେଳେ ମୁଁ ମୋର ପ୍ରାପ୍ତିକୁ ନିଶ୍ଚୟ ମୋ କର୍ତ୍ତବ୍ୟ ବା ଲେଖା ମାଧ୍ୟମରେ ଫେରାଇବି ।"

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ସମସ୍ତ ସାରସ୍ବତ ସାଧକଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାଙ୍କର ପ୍ରତିଟି ଲେଖା କାଳଜୟୀ ହେଉ ବୋଲି କହିଥିଲେ । ଏହାସହ ଅତିବଡ଼ି ଜଗନାଥ ଦାସଙ୍କ ଭାଗବତ ଆମ ଜୀବନର ଏକ ପ୍ରାଣଭଳି ଏହାକୁ ସମସ୍ତେ ପାଠ କରିବା ଦରକାର ଆଜିବି ଭାଗବତର ପ୍ରାସଙ୍ଗିକତା ରହିଛି ବୋଲି ମନ୍ତ୍ରୀ କହିଥିଲେ । ଭାଗବତ ଟୁଙ୍ଗିର ପ୍ରାସଙ୍ଗିକତାକୁ ନେଇ ଭାଗବତ ଘର ନିର୍ମାଣ ପାଇଁ ମଧ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି ଆଉ ଗାଁରେ ଟୁଙ୍ଗି ହେଉଛି । ଏହାକୁ ଅଧିକ ତ୍ବରାନିତ୍ଵ କରିବା ପାଇଁ ଆମେ ସରକାରଙ୍କୁ ପ୍ରସ୍ତାବ ଦେବା ସହ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କଥାକୁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 8, 2023, 10:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.