ଖୋର୍ଦ୍ଧା: ଜିଲ୍ଲାର ବାଣପୁର, ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ହଟସ୍ପଟ ଅଞ୍ଚଳ ଥିବାବେଳେ ଏସବୁ ନିୟମକୁ ଫୁ କରି ଉଡାଇଦେଉଛନ୍ତି ଚୋରା ମଦ ବେପାରୀମାନେ। ଲକଡାଉନ ଅଧିକାଂଶ ଲୋକଙ୍କ ପାଇଁ ସର୍ବନାଶ ସାଜିଥିବାବେଳେ ସତେ ଯେମିତି ଏହି ଚୋରା ମଦବେପାରୀଙ୍କ ପାଇଁ ଏହା ପୁଷ ମାସ। କୋରୋନା ମହାମାରୀର ପ୍ରକୋପକୁ ଖାତିର ନକରି ଏମାନେ ବେଧଡକ ବେପାର ଚଲାଉଛନ୍ତି ।
![ନାଚୁଣିରୁ ୨୫ ପେଟି ଚୋରା ଦେଶୀ ମଦ ଜବତ](https://etvbharatimages.akamaized.net/etvbharat/prod-images/od-kud-liquer-seize-avo-od10017_30082020094321_3008f_1598760801_774.jpg)
ସେହିଭଳି ଗତକାଲି (ଶନିବାର) ରାତିରେ ବିଶେଷ ସୂତ୍ରରୁ ଖବରପାଇ ନାଚୁଣୀ ଫାଣ୍ଡି ଅଧିକାରୀ ସାନନଇରୀରୁ ବଉଳାବନ୍ଧ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଛପି ରହିଥିଲେ । ସେହି ସମୟରେ ସାନନଇରୀରୁ ବଉଳାବନ୍ଧ ଆଡେ ଆସୁଥିବା ଏକ ଅଟୋରୁ ୨୫ ପେଟି ଚୋରା ଦେଶୀ ମଦ ଜବତ ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଚୋରୋ ମଦ ଚାଲାଣ ହେଉଥିବା ଅଟୋକୁ ଜବତ କରିଛି ନାଚୁଣୀ ପୋଲିସ। ଗିରଫ ଦୁଇ ଜଣ ହେଲେ ଅଟୋ ଚାଳକ ଟୁଲୁ ବେହେରା ଏବଂ ଚୋରା ଦେଶୀ ମଦ ବେପାରୀ ସୋନୁ ବେହେରା।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ