ETV Bharat / state

2024 Election: ସରଗରମ ବେଗୁନିଆ ରାଜନୀତି, କେଉଁ ଦଳରୁ କିଏ ପାଇବେ ଟିକେଟ ?...

author img

By ETV Bharat Odisha Team

Published : Sep 14, 2023, 7:37 PM IST

ନିର୍ବାଚନ ପାଖେଇ ଆସୁଥିବାବେଳେ ବେଗୁନିଆ ଆସନ ପାଇଁ କେଉଁ ଦଳରୁ କିଏ ଟିକେଟ ପାଇବେ ସେନେଇ ଚାଲିଛି ଅଙ୍କକଷା । ତେବେ ଟିକେଟ ପାଇଁ ବିଜେଡିରେ ଅନେକ ଆଶାୟୀ ଥିବା ଜଣା ପଡିଛି । ଅଧିକ ପଢ଼ନ୍ତୁ

2024 general election preparation
ସରଗରମ ବେଗୁନିଆ ରାଜନୀତି
ସରଗରମ ବେଗୁନିଆ ରାଜନୀତି

ଖୋର୍ଦ୍ଧା: 2024 ସାଧାରଣ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ବେଗୁନିଆ ଆସନ ପାଇଁ କେଉଁ ଦଳରୁ କିଏ ଟିକେଟ ପାଇବେ ସେନେଇ ଚାଲିଛି ଅଙ୍କକଷା । ତେବେ ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ ରହିଛି । ବିଜେଡିରୁ ପ୍ରମୁଖ ଟିକେଟ ଦାବିଦାର ଭାବେ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନାମ ଚର୍ଚ୍ଚାକୁ ଆସୁଥିଲେ ମଧ୍ୟ ସେ ବେଗୁନିଆ ଆସନ ପ୍ରତି ଆଗ୍ରହ ନଥିବା ଆଲୋଚନା ହେଉଛି । 2019ରେ BJD ତାଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଲଢ଼ିବାକୁ ସୁଯୋଗ ଦେଇଥିଲା । ସେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁଙ୍କୁ 20 ହଜାର 48 ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଧାୟକ ହୋଇଛନ୍ତି । ତେବେ ରାଜେନ୍ଦ୍ର 2024 ନିର୍ବାଚନରେ ଖୋର୍ଦ୍ଧାରୁ ଲଢ଼ିବାକୁ ରଣନୀତି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

ସେହିପରି 2019ରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବର୍ତ୍ତମାନ ବିଜେଡି କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି । ସେ ବିଜେଡି ଟିକେଟ୍‌ ପାଇଁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ଜୋର ଧରିଛି । ବେଗୁନିଆରେ ପ୍ରଦୀପଙ୍କ ନିଜସ୍ୱ ସଂଗଠନ ଥିବାରୁ ଦଳ ଏଥର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିବ ବୋଲି ପ୍ରଦୀପ ଓ ତାଙ୍କ ସମର୍ଥକ ଆଶାବାଦୀ ଅଛନ୍ତି । ସେହିପରି ପ୍ରଦୀପ ମଧ୍ୟ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ରହିଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ଏନେଇ ପ୍ରଦୀପ କହିଛନ୍ତି, "ଚଳିତ ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ବିଜେଡି ଜିତିବ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ ।"

ସେପଟେ ବିଜେପିକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ସଂସଦୀୟ କ୍ଷେତ୍ରକୁ ଘନଘନ ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଯତୀନ ମହାନ୍ତି ଆଶାୟୀ ତାଲିକାରେ ରହିଥିବା ଚର୍ଚ୍ଚା ହେଉଛି । ସେପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବେଗୁନିଆରୁ ଲଢିପାରନ୍ତି ବୋଲି କୁହାଯାଉଛି । ହେଲେ ସେ ବିବାଦରେ ରହିଥିବାବେଳେ ଯଦି ଏଭଳି ସ୍ଥିତିରେ ଦଳ ତାଙ୍କୁ ଟିକେଟ ନଦିଏ ତେବେ ସେ ବିଜେପିରେ ସାମିଲ ହୋଇ ଟିକେଟ ହାତେଇବେ ବୋଲ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ...ଫୋକସରେ 2024 ନିର୍ବାଚନ: 'ମହିଳାଙ୍କ ନେତୃତ୍ବ ନିର୍ଣ୍ଣାୟକ ଭୂମିକା ନେବ'
ଦେଖିବାକୁ ଗଲେ, 2008 ପରେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦୁର୍ଗ ଭଷୁଡ଼ି ପଡିଛି । 2019ରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁ 34.16 ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ସେ ଏବେ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲଭ ପଟ୍ଟନାୟକ ଏଠାରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୃଥ୍ଵୀବଲଭ ମଧ୍ୟ ପୁରୁଣା କଂଗ୍ରେସ କର୍ମୀଙ୍କୁ ଏକାଠି କରି ସଙ୍ଗଠନକୁ ମଜଭୁତ କରିବାରେ ଲାଗି ପଡିଛନ୍ତି । ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି କର୍ମୀଙ୍କ ମନରେ ନୂତନ ଆଶା ସଞ୍ଚାର କରୁଛନ୍ତି ।

ତେବେ ଆଗାମୀ ସାଧାରଣ ନିର୍ବାଚନରେ 3ପ୍ରମୁଖ ଦଳ ପ୍ରାର୍ଥୀ ବଦଳାଇବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ପାଣିପାଗରୁ ସ୍ପଷ୍ଟ ହେଉଛି । ସେହିପରି ବେଗୁନିଆରେ ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ କରିବା ପାଇଁ 3 ପ୍ରମୁଖ ଦଳକୁ ନିବେଦନ କରିଛନ୍ତି ବେଗୁନିଆବାସୀ । ତେବେ ତିନି ଦଳର ହାଇକମାଣ୍ଡ କାହା ଉପରେ ଆସ୍ଥା ପ୍ରକଟ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.