ETV Bharat / state

2024 Election: ଓଡ଼ିଶାରେ କାହିଁକି ଖସିଲା ବିଜେପି ଟାର୍ଗେଟ୍ ? - ଓଡ଼ିଶା ରାଜନୀତି

ଓଡ଼ିଶାରେ ବିଜେପିର ମିଶନ କେତେ 120 ନା 80 ? 2024 ପାଇଁ କେତେ ପ୍ରସ୍ତୁତ ଦଳ ? ଗୌହାଟିରେ ମାନସମନ୍ଥନ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଶୁଣନ୍ତୁ କଣ କହୁଛନ୍ତି ରାଜନୈତିକ ସମୀକ୍ଷକ ଓ ଦଳୀୟ ନେତା

Etv Bharat
Etv Bharat
author img

By

Published : Jul 6, 2023, 5:11 PM IST

Updated : Jul 6, 2023, 5:22 PM IST

2024 Election: ଓଡ଼ିଶାରେ କାହିଁକି ଖସିଲା ବିଜେପି ଟାର୍ଗେଟ୍ ?

ଭୁବନେଶ୍ବର: 2024 ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ । ତେବେ 2024ରେ ବିଜେପିର ମିଶନ କେତେ ? ମିଶନ 120 ପ୍ଲସ ନା 80 ? ବିଜେପିର ନେତା ଭୂଦାନ ମୁର୍ମୁ 2024 ପାଇଁ ମିଶନ 80 କଥା କହିଛନ୍ତି । ମିଶନ 80 ପଛର ଆଧାର କଣ ନେଇ ପ୍ରଶ୍ନ ଉଠିଛି । ଏହା ଅନୁମାନ କରାଯାଉଛି 2019 ସାଧାରଣ ନିର୍ବାଚନରେ ଓଡ଼ିଶାରେ 55 ବିଧାନସଭା ଆସନରେ ବିଜେଡି ଅପେକ୍ଷା ବିଜେପି ଆଗୁଆ ରହିଥିଲା । ଏଥିରେ ଆଉ 35ରୁ 38 ଆସନ ମିଶାଇ ବିଜେପି ମିଶନ 80 ରଖିଥାଇପାରେ ବୋଲି ରାଜନୀତି ସମୀକ୍ଷକ ଆଶା କରିଛନ୍ତି ।

ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତ ଅନୁସାରେ 2019 ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବଢିଥିଲା । ଯାହାକୁ ଆଧାର କରି ଗଣିତ କଷାଗଲା । ଯଦି ସେହି ହାରରେ ଭୋଟ ପ୍ରତିଶତ ବଢେ ତେବେ 2019 ବେଳକୁ ଏହା 120 ହୋଇଯିବ । କିଛି ଏମିତି ଆକଳନ କରି ବିଜେପିର କେନ୍ଦ୍ରୀୟ ନେତା ଅମିତ ଶାହ ମିଶନ 120 ପ୍ଲସର ନାରା ଦେଇଥିଲେ । କିନ୍ତୁ 2024 ନିର୍ବାଚନରେ ଏହା କମି ଏବେ 80ରେ ପହଞ୍ଚିଛି । ହୁଏତ ବିଜେପି ଆଶା କରିଛି ମ୍ୟାଜିକ ନମ୍ବର 75କୁ ଅତିକ୍ରମ କରି ସରକାର ଗଠନ କରିବା ପାଇଁ ଯେତିକି ସଂଖ୍ୟା ଦରକାର ସେତିକି ମିଶନ ରଖିଛି । କିନ୍ତୁ ଏହା ପଛର ଆଧାର କଣ ତାହା ଏବେବି ଅସ୍ପଷ୍ଟ ବୋଲି କହିଛନ୍ତି ରବି ଦାସ ।2019 ଲୋକସଭା ନିର୍ବାଚନରେ ଓଡ଼ିଶାରେ 55 ବିଧାନସଭା ଆସନରେ ବିଜେଡି ଅପେକ୍ଷା ବିଜେପି ଆଗୁଆ ରହିଥିଲା । ଏଥିରେ ଆଉ 35ରୁ 38 ଆସନ ମିଶାଇ ବିଜେପି ମିଶନ 80 ରଖିଥାଇପାରେ ବୋଲି ରାଜନୀତି ସମୀକ୍ଷକ ଆଶା କରିଛନ୍ତି ।

ଏହା ବି ପଢନ୍ତୁ- Modi-Naveen Relations: 2024 ନିର୍ବାଚନ ପୂର୍ବରୁ ଆକଳନ କରିଦେଲେ କି ନବୀନ ?

ଅନ୍ୟପଟେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି , " ଓଡ଼ିଶାକୁ ଦୁର୍ନୀତି ମୁକ୍ତ କରିବା ଏବଂ ବିକାଶର ଧାରାରେ ଆଗକୁ ନେବା ହେଉଛି ବିଜେପିର ମୁଖ୍ୟ ଲକ୍ଷ୍ୟ । 2024 ନିର୍ବାଚନରେ ବିଜେପି ଏହି 2ଟି ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେଇଯିବ । ଅଣ ଓଡିଆ ଅଫିସର ତଥା ବ୍ୟବସାୟୀଙ୍କ କବଳରୁ ଓଡ଼ିଶାକୁ ମୁକ୍ତ କରିବା ହେଉଛି ବିଜେପିର ଲକ୍ଷ୍ୟ । ବର୍ତ୍ତମାନର ସ୍ରୋତ ଯେପରି ଚାଲିଛି, ସେଥିରେ ବିଜେପି 80କଣ ତା'ଠାରୁ ଅଧିକ ଆସନରେ ବିଜୟ ଲାଭ କରିବ । ଅମିତ ଶାହଙ୍କ ମିଶନ 120 ଏବେ ବି ଉଜ୍ଜୀବିତ ଅଛି । ସେହି ଆଧାରରେ ବିଜେପି ନେତା, ବିଧାୟକ, ମନ୍ତ୍ରୀ ଓ କର୍ମୀ କାମ କରୁଛନ୍ତି । ଆମ ବିଧାୟକ କହିଛନ୍ତି ମିଶନ 80 କିନ୍ତୁ ତାଠାରୁ ଚକିତ କଲା ଭଳି ସଂଖ୍ୟାରେ 2024ରେ ନିର୍ବାଚନ ଜିତିବ ବିଜେପି ।"

ସେ ଆହୁରି କହିଛନ୍ତି ଯେ ଲୋକଙ୍କ ପାଖକୁ ଗଲେ ଏହା ସହଜରେ ବୁଝି ହେଉଛି । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ସେହି ଧାରା ଏବେ ଆରମ୍ଭ ହୋଇଗଲାଣି । 2024 ନିର୍ବାଚନରେ ତାହା ଭୋଟ ଆକାରରେ ପ୍ରତିଫଳିତ ହେବ । ତେଣୁ ମିଶନ 80 ନୁହେଁ ତାଠାରୁ ଯଥେଷ୍ଟ ଅଧିକ ଆସନରେ ବିଜେପି ଜିତି ସରକାର ଗଠନ କରିବାକୁ ଯାଉଛି । ସୂଚନା ଥାଉ କି ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିପରି ସଫଳ ପ୍ରଦର୍ଶନ କରିବ ସେଥିପାଇଁ ଗୌହାଟିକୁ ରାଜ୍ୟର ନେତାମାନଙ୍କୁ ଡକାଯାଇଛି । ଦଳ ସଂଗଠନ ଦାୟିତ୍ବରେ ଥିବା ପଦାଧିକାରୀମାନଙ୍କୁ ଡକାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖଙ୍କ ଓଡ଼ିଶା ଗସ୍ତ ନେଇ କଣ ରହିବ ରୂପରେଖ ଏହି ବୈଠକରେ ସ୍ଥିର ହେବାର ସମ୍ଭାବନା ରହିଛି ।

ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ରିପୋର୍ଟ ରଖିଥିବା ବେଳେ 2024 ନିର୍ବାଚନ ପାଇଁ କଣ ରହିବ ବିଜେପିର ରଣନୀତି ସେନେଇ ଏହିଠାରେ ରଣନୀତି ପ୍ରସ୍ତୁତ ହୋଇଛି । ଦେଖିବାର କଥା ଏହି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ମିଶନ 80 କିମ୍ବା ତାଠାରୁ ଅଧିକ ଆସନ ହାତେଇବା ପାଇଁ ଦଳୀୟ ନେତୃବୃନ୍ଦଙ୍କୁ ଯେଉଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ତାହା କେତେ ସଫଳ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 6, 2023, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.