ETV Bharat / state

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଅଙ୍କକଷା, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା 'ଡମ୍ପିଂୟାର୍ଡ ସମସ୍ୟା'

author img

By ETV Bharat Odisha Team

Published : Dec 13, 2023, 8:40 PM IST

Dumpingyard Issue: 2024 ବିଧାନସଭା ନିର୍ବାଚନରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଡମ୍ପିଂୟାର୍ଡ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବ ବୋଲି କହିଛଇ ବିଜେପି । ଅଧିକ ପଢନ୍ତୁ

2024 election preparation
ଭୁବନେଶ୍ବରରେ ନିର୍ବାଚନ ପ୍ରସ୍ତୁତି
ଭୁବନେଶ୍ବରରେ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର: 2024 ବିଧାନସଭା ନିର୍ବାଚନରେ ଲଢେଇ କରିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ତୟାର । ଭୁବନେଶ୍ବର ଉତ୍ତର ପାଇଁ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ଟିକେଟ ଆଶାୟୀ ଥିବାବେଳେ କଂଗ୍ରେସ ତରଫରୁ ମନୋରଞ୍ଜନ ଦାସ ଓ କୃଷ୍ଣଚନ୍ଦ୍ର ପତି ଆଶାୟୀ ରହିଛନ୍ତି । ସେହିପରି ବିଜେଡି ବିଧାୟକ ସୁଶାନ୍ତ ରାଉତ ପୁଣି ଥରେ ଭୁବନେଶ୍ବର ଉତ୍ତର ପାଇଁ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଗାଢକଣ ଡମ୍ପିଂୟାର୍ଡ ପ୍ରସଙ୍ଗକୁ ମୁଖ୍ୟ ନିର୍ବାଚନୀ ମୁଦ୍ଦା କରିବ ବୋଲି ପ୍ରକାଶ କରିଛି ବିଜେପି ।

ଦିଲ୍ଲୀପ ମହାନ୍ତି କହିଛନ୍ତି, "କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇ ଅଳିଆର ପାହାଡ ସୃଷ୍ଟି ହୋଇଛି । ଆଖପାଖ ଅଞ୍ଚଳର ଲୋକେ ଶାନ୍ତିରେ ନିଶ୍ବାସ ନେଇପାରୁନାହାନ୍ତି । ଯାହାକି ଦୁର୍ଭାଗ୍ୟଜନକ । ସମସ୍ୟାର ସମାଧାନ ନହେଲେ ଲୋକେ ଏହାର ଜବାବ 2024 ନିର୍ବାଚନରେ ଦେବେ । " ଏହାକୁ ମୁଖ୍ୟ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବ ବୋଲି ଦଳ ନିଷ୍ପତ୍ତି ନେଇଛି ।

2024 ବିଧାନସଭା ନିର୍ବାଚନରେ କଂଗ୍ରେସରେ 2ଜଣ ନେତା ଭୁବନେଶ୍ବର ଉତ୍ତର ପାଇଁ ଟିକେଟ ଆଶାୟୀ ଥିବା ଜଣାପଡିଛି । ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ କଂଗ୍ରେସ । "ଏବେବି ଲୋକେ ପିଇବା ପାଣି ଟିକେ ପାଇପାରୁନାହାନ୍ତି । ବାଳିକା ସ୍କୁଲ ଯେପରି ରହିବା କଥା ତାହା ରହୁନାହିଁ । ଯାହା ହୋଇଥିଲା ତାହା କଂଗ୍ରେସ ଅମଳରେ ହୋଇଥିଲା । ସରକାରୀ ଡାକ୍ତରଖାନାର ଅଭାବ, ଏବଂ ଡାକ୍ତରଖାନା ଥିଲେ ସେଠି ଡାକ୍ତରଙ୍କ ଅଭାବ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିଗାଡି ଦେଇଛି । ରାସ୍ତା ଅବସ୍ଥା ନକହିବା ଭଲ । ଡ୍ରେନେଜ ସୁବିଧା ମଧ୍ୟ ନାହିଁ । ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ଜମି ପଟ୍ଟା ପ୍ରତିଶ୍ରୁତି ପାଣିରେ ଗାର ହୋଇଛି ।" ଏସବୁ ପ୍ରସଙ୍ଗ ନେଇ 2024 ବିଧାନସଭା ନିର୍ବାଚନରେ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭୋଟ ମାଗିବେ ବୋଲି କହିଛନ୍ତି ।

2019 ନିର୍ବାଚନରେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିଲେ ବିଜେଡି ନେତା ସୁଶାନ୍ତ ରାଉତ । 2024 ପାଇଁ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି ବିଧାୟକ ସୁଶାନ୍ତ ରାଉତ । ସୁଶାନ୍ତଙ୍କ କହିଛନ୍ତି, "ଭୁବନେଶ୍ବର ଉତ୍ତରରେ ଯାହା ବିକାଶ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ହୋଇଛି । ଶିଖରଚଣ୍ଡି ମନ୍ଦିରର ଉନ୍ନତିକରଣ, ସାଲିଆ ସାହି ବସ୍ତିକୁ ବିଦ୍ୟୁତ ଓ ପାଣି ଯୋଗାଣ ଆଦି ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର ହେଲା ଲୋକଙ୍କ ପାଇଁ ଲୋକଙ୍କ ସହିତ ରହି କାମ କର । ସମସ୍ୟାର ସମାଧାନ କର । ବିକାଶ ପ୍ରକ୍ରିୟାରେ ସାମିଲ ହୁଅ । ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି । ଯାହା ବିକାଶ ପ୍ରକ୍ରିୟାର ଏକ ଉଦାହରଣ । ସେହିପରି ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇ ଦିଆଯାଇଛି । ଏହା ବିକାଶ ନୁହେଁ ତ ଆଉ କଣ? 2024 ନିର୍ବାଚନରେ ବିକାଶକୁ ମୁଦ୍ଦା କରି ବିଜେଡି ଲୋକଙ୍କ ପାଖକୁ ଯିବ। ଜନତାଙ୍କ ସମର୍ଥନ ରହିଛି ବିଜେଡି ପ୍ରତି ଆଗକୁ ମଧ୍ୟ ରହିବ।"

ଏହା ବି ପଢନ୍ତୁ...ଫୋକସରେ 24 ନିର୍ବାଚନ, ଖୋର୍ଦ୍ଧାରେ ଅପରାଜିତା ବନାମ ଶ୍ରୀମୟୀ

2019 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ 71ହଜାର 193 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି 45 ହଜାର 779 ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଇତିଶ ପ୍ରଧାନ 5 ହଜାର 189 ଖଣ୍ଡ ଭୋଟ ପାଇଥିଲେ । ସେହିପରି 2014 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର 73 ହଜାର 728ଟି ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି 24ହଜାର 971 ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ 8 ହଜାର 223 ଖଣ୍ଡ ଭୋଟ ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.