ETV Bharat / state

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି 2 ଛାତ୍ରଙ୍କ ସଲିଳ ସମାଧି - ରାଜଧାନୀରେ ପୋଖରୀରେ ବୁଡି 2 ଛାତ୍ର ମୃତ

ରାଜଧାନୀରେ ଅଘଟଣ । ପୋଖରୀରେ ବୁଡି ଜୀବନ ହରାଇଲେ 2 ଛାତ୍ର । ଅଧିକ ପଢନ୍ତୁ

2 students drowned to death in Pokhariput

author img

By ETV Bharat Odisha Team

Published : Sep 24, 2023, 3:10 PM IST

Updated : Sep 24, 2023, 4:25 PM IST

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି 2 ଛାତ୍ର ମୃତ

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ପୋଖରୀରେ ବୁଡି ଜୀବନ ହରାଇଲେ 2 ଛାତ୍ର । ଏୟାରଫିଲ୍ଡ ପୋଖରୀପୁଟ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସେହି ଅଞ୍ଚଳରେ ଥିବା ଏକ ଝାର ପୋଖରୀରେ ଘଟିଛି ଏଭଳି ଅଘଟଣ । 2 ଛାତ୍ର ହେଲେ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ପୋଖରୀକୁ ଗାଧୋଇବାକୁ ମୋଟ 4 ଜଣ ଛାତ୍ର ଯାଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ଘଟିଛି ।

କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଏୟାରଫିଲଡ ଥାନା ପୋଖରୀପୁଟ ଝାର ପୋଖରୀରେ ବୁଡି ହୋଇଛି ମୃତ୍ୟୁ । ଦୁଇ ଛାତ୍ର ହେଲେ ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶ ମହାରଣା ଓ ଶୁଭମ ଜେନା (ଗୁଡୁ) । ଅଗ୍ନିଶମ ବାହିନୀ ଜରିଆରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଟିଉସନ ସାରି 2 ଜଣ ଛାତ୍ର ଫେରୁଥିଲେ । ପୋଖରୀକୁ ଗାଧୋଇବାକୁ ସାଙ୍ଗସାଥି ହୋଇ ୪ଜଣ ଯାଇଥିଲେ । ହେଲେ ପ୍ରଥମେ ଦୁଇ ଜଣ ବୁଡିଯିବା ଦେଖି ଅନ୍ୟ ଦୁଇ ଜଣ ଘର ଲୋକଙ୍କୁ ଖବର ଦେଇଥିଲେ । ତେବେ ଝାର ପୋଖରୀ ହେଉଛି ଏକ ପଥର ଖାଦାନ ସ୍ଥାନ । ଯେଉଁଠି ପାଣି ରହି ଏଭଳି ଏକ ପୋଖରୀ ଭଳି ରହିଛି । ଏଠାରେ ପିଲା ଗାଧୋଇବାକୁ ଯାଇ ଏଭଳି ଅଘଟଣ ଶିକାର ହୋଇଛନ୍ତି ।

ଏହା ବି ପଢନ୍ତୁ- ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ

ସ୍ଥାନୀୟ ବାସିନ୍ଦା ବାପି କୁମାରଙ୍କ କହିବା ଅନୁସାରେ,"ଏହି ଛାତ୍ରମାନେ ଟ୍ୟୁସନ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଉକ୍ତ ପୋଖରୀରେ ପଙ୍କ ଥିବା କାରଣରୁ ସେମାନଙ୍କ ବୁଡି ଯାଇଥିଲେ । ପୋଖରୀରେ ଡିଆଁ ମାରିବା ପରେ ପଙ୍କରେ ସେମାନେ ପୋତି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି 2 ମୃତ ଛାତ୍ରଙ୍କୁ ଉଦ୍ଧାର କରିଛି । ତେବେ ଏପଟେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର 2 ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । "

କ୍ୟାପିଟାଲ ହସ୍ପିଟାଲରେ 2 ଛାତ୍ରଙ୍କ ମୃତଦେହ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି । ପରିବାର ବର୍ଗ ମଧ୍ୟ ଖବର ପାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି । କାନ୍ଦ ବୋବାଳିରେ ହସ୍ପିଟାଲ ପରିସର ଫାଟି ପଡ଼ୁଥିବା ଦେଖିବାକୁ ମିଳିଛି । ମୃତ ଛାତ୍ର ପ୍ରକାଶ ମହାରଣାଙ୍କ ପିତା ଟୁଲୁ ମହାରଣା ବାରମ୍ବାର ଚେତା ହରାଉଥିବା ବେଳେ ଅନ୍ୟ ପରିବାର ବର୍ଗ ତାଙ୍କୁ ଶାନ୍ତ୍ବନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 24, 2023, 4:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.