ETV Bharat / state

ଲୁଟ ଉଦ୍ୟମ ପଣ୍ଡ: ପିସ୍ତଲ-ଗୁଳି ସହ 2 ଡକାୟତ ଗିରଫ - 2 robbers arrested news

ଲୁଟ ଉଦ୍ୟମ କରୁଥିବାବେଳେ ଦୁଇ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ । ଅଧିକ ପଢନ୍ତୁ...

ଲୁଟ ଉଦ୍ୟମ ପଣ୍ଡ: ପିସ୍ତଲ-ଗୁଳି ସହ 2 ଡକାୟତ ଗିରଫ
ଲୁଟ ଉଦ୍ୟମ ପଣ୍ଡ, ପିସ୍ତଲ ଓ ଗୁଳି ସହ 2 ଡକାୟତ ଗିରଫ
author img

By

Published : Mar 2, 2021, 6:00 PM IST

ଖୋର୍ଦ୍ଧା : ଲୁଟ ଉଦ୍ୟମ କରୁଥିବାବେଳେ ଦୁଇ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଗତ କିଛିଦିନ ଧରି ଖୋର୍ଦ୍ଧା ଉପକଣ୍ଠ ୧୬ ନଂ ଜାତୀୟ ରାଜପଥରେ ଡକାୟତି, ରାହଜନୀ, ଲୁଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଗତକାଲି ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ମାରଣାସ୍ତ୍ର ସହ2 ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ 2 ପିସ୍ତଲ ଓ ଏକାଧିକ ଜୀବନ୍ତ ଗୁଳି ଜବତ କରିଛି ପୋଲିସ ।

ଲୁଟ ଉଦ୍ୟମ ପଣ୍ଡ, ପିସ୍ତଲ ଓ ଗୁଳି ସହ 2 ଡକାୟତ ଗିରଫ

ମିଳିଥିବା ସୂଚନା ଅନୁସାରେ ପଲା ଛକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ୩/୪ ଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲା ପୋଲିସ । ତେବେ ଦୁବୃର୍ତ୍ତମାନେ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଡକାୟତକୁ ପୋଲିସ କାବୁ କରିବାରେ ସଫଳ ହୋଇଛି । ସେମାନେ ହେଲେ ଖୋର୍ଦ୍ଧା ସମନ୍ତରପୁରର ଲିଙ୍ଗରାଜ ଖଟେଇ ଏବଂ ଦଳେଇପୁଟର ଆକାଶ ବାରିକ । ଗିରଫ ଅଭିଯୁକ୍ତଙ୍କ ଠାରୁ 2 ଟି ପିସ୍ତଲ, ତିନି ରାଉଣ୍ଡ ଗୁଳି, 2 ଟି ମୋବାଇଲ ଜବତ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସଡିପିଓ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.