ETV Bharat / state

Odisha BJP Office Bearers Meeting: ବିଜେପି ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ

author img

By

Published : Jan 21, 2023, 9:50 PM IST

ଆଜି ଠାରୁ ଆରମ୍ଭ ହୋଇଛି ଓଡିଶା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଆଜି ପ୍ରଥମ ଦିନ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

Odisha BJP Office Bearers Meeting: ବିଜେପି ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ
Odisha BJP Office Bearers Meeting: ବିଜେପି ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ
Odisha BJP Office Bearers Meeting: ବିଜେପି ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ

ଭୁବନେଶ୍ବର: ଓଡିଶା ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଶେଷ । ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ । ପ୍ରଥମ ପ୍ରସ୍ତାବ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପାଇଁ ଧନ୍ୟବାଦ ପ୍ରସ୍ତାବ ପାରିତ । ଦ୍ବିତୀୟ ପ୍ରସ୍ତାବ ଆବାସ ମାଗଣା ଚାଉଳ, ଏସଏଚଜିଙ୍କୁ ଋଣ ଏମିତି ଅନେକ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲା ବିଜେପି ରାଜ୍ୟ ପଦାଧିକାରୀ । ଏହା ସହିତ ରାଜନୈତିକ ଚିଠା ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

ଆଜି ଠାରୁ ଆରମ୍ଭ ହୋଇଛି ଓଡିଶା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଆଜି ପ୍ରଥମ ଦିନ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ରାଜ୍ୟ ପଦାଧିକାରୀ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀ ବୈଠକ ଅନୁଷ୍ଠିତ ହୋଇଛି । ଆବାସ ଯୋଜନାରୁ ଯୋଗ୍ଯ ହିତାଧୀକାରୀ ବାଦ ପଡ଼ିବା, ମୋଦିଙ୍କ ମାଗଣା ଚାଉଳ ପାଇଁ ଶ୍ରେୟ ନେବାକୁ ରାଜନୀତି କରିବା ଉପରେ ଗୁରୁତ୍ଵାରୋପ କରିଛି ପଦାଧିକାରୀ କମିଟି ।

ସେହିଭଳି ରାଜ୍ୟରେ ଧାନ ମଣ୍ଡି ସମସ୍ୟା, ବେରୋଜଗାରୀ, ଆଇନ ଶୃଙ୍ଖଳା ଏମିତି ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏସବୁ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯାଇ ସଚେତନ କରାଇବା ସହ ରାଜରାସ୍ତାକୁ ଓହ୍ଲାଇବ ବିଜେପି। ଏନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ଦୁଇ ପ୍ରସ୍ତାବ ମୋହର ବାଜିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟତାରେ ବସିଥିବା ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି କାର୍ଯ୍ୟକାରିଣୀ ବୈଠକରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.