ETV Bharat / state

ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ - ସ୍ବେରେଜ ଟାଙ୍କି ହେଲା କାଳ

ଭୁବନେଶ୍ବର ଶିଶୁପାଳଗଡ଼ ରଘୁନାଥ ନଗର ଲେନ ୨ରେ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

man died after falling into the swaraj tank

author img

By

Published : Jul 29, 2023, 2:13 PM IST

Updated : Jul 29, 2023, 5:20 PM IST

man died after falling into the swaraj tank
ପାଇଖାନା ଟାଙ୍କି ନେଲା ଜୀବନ

ଭୁବନେଶ୍ୱର: ସ୍ବେରେଜ ଟାଙ୍କି ହେଲା କାଳ । ନିର୍ମାଣଧୀନ ଟାଙ୍କି କଲା ଅଣନିଶ୍ବାସୀ । ଜୀବନ ଯୁଦ୍ଧରେ ହାରିଗଲେ ୨ ଶ୍ରମିକ । ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କି ସେଟ୍‌ରିଂ ଖୋଲିବା ବେଳେ ଅଘଟଣ । ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଶିଶୁପାଳଗଡ଼ ରଘୁନାଥ ନଗର ଲେନ ୨ରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ମୁତାବକ, ନିର୍ମାଣାଧୀନ ଏକ ସ୍ବେରେଜ ଟାଙ୍କି ସେଟ୍‌ରିଂ ଖେଲିବାକୁ ଭିତରେ ପଶିଥିବା ବେଳେ ୨ ଜଣ ଶ୍ରମିକ ଚେତାଶୂନ୍ୟ ହୋଇପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଟଙ୍କା କେଇଟା ପାଇଁ ଦାଦନ ଖଟିବାକୁ ଆସି ଜୀବନ ଦାନ କରିଛନ୍ତି ଦୁଇ ଶ୍ରମିକ । ଆଁ କରି ଚାହିଁ ରହିଥିବା ଟାଙ୍କି ଯେ ଆଜି ତାଙ୍କୁ ଗିଳିଦେବ, ଏକଥା କିଏ ବା ଜାଣିଥିଲା । ନିମିଷକ ମଧ୍ୟରେ ଘଟିଗଲା ଅଘଟଣ । ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ । ପଶ୍ଚିମବଙ୍ଗ ବୀରଭୂମି ଅଞ୍ଚଳର ଦୁଇ ଶ୍ରମିକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି । ତେବେ ରଘୁନାଥ ନଗରରେ ଦେବକୃପା ଦଳାଇ ନାମକ ବ୍ୟକ୍ତିଙ୍କ ଘର କାମ ଚାଲିଥିଲା । ଜଣେ କଣ୍ଟ୍ରାକ୍ଟର କାମ ନେଇ ୪ ଶ୍ରମିକଙ୍କ ଜରିଆରେ କାମ କରୁଥିଲେ । ଘରର ଛାତ ଉପରେ ଥିଲେ ଦୁଇ ଜଣ ଓ ତଳେ ସ୍ବେରେଜ ଟାଙ୍କି ପାଖରେ ଥିଲେ ଆଉ ଦୁଇ ଜଣ ।

ସ୍ବେରେଜ ଟାଙ୍କିରେ ପଟା ସେଟ୍ରିଂ ଖୋଲିବା ପାଇଁ ଭିତରକୁ ପଶିଥିଲେ ଜଣେ ଶ୍ରମିକ । ଦୀର୍ଘଦିନ ବନ୍ଦ ଥିବା ଟାଙ୍କିରେ ହଠାତ୍ ଅଣନିଃଶ୍ବାସୀ ହେବା ପରେ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଭିତରକୁ ପଶିଥିଲେ । ହେଲେ ଭିତରେ ଉଭୟ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ପାଖରେ ଆଉ ଦୁଇ ଶ୍ରମିକ ଓ ସେଠାକାର ଲୋକେ ଆସି ଦୁହିଁକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ତୁରନ୍ତ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ‌ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ଏବେ ଦୁହିଁଙ୍କର ପ୍ରାଣ ଯିବା ପରେ ପୋଲିସ ତଦନ୍ତ କରୁଛି । ଏନେଇ ସ୍ଥାନୀୟ ଆଇଆଇସି କହିଛନ୍ତି, "ସକାଳୁ ଘରର ମାଲିକ ଆସି କାମ ପାଇଁ ମନା କରିଥିବା ଜଣାପଡ଼ିଛି । ହେଲେ କାମ ସାରିବା ପାଇଁ ଏପରି ସ୍ବେରେଜ ଟାଙ୍କିରେ‌ ପଶିବା ପରେ ଦୁହିଁଙ୍କର ମୃତ୍ୟୁ ହୋଇଛି ।"

ତେବେ ଏଇ ଘଟଣା ନୂଆ ନୁହେଁ, ପୁର୍ବରୁ ୨ ଅଗଷ୍ଟ ୨୦୧୯ରେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପାଣ୍ଡରା ଛକ ନିକଟରେ ଏକ ନିର୍ମାଣାଧୀନ ସ୍ବେରେଜ ଟାଙ୍କିରେ ପଡ଼ି ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୧୯ ମାର୍ଚ୍ଚ ୨୦୨୧ରେ ବଡ଼ଗଡ଼ ଥାନା ବ୍ରହ୍ମେଶ୍ବର‌ପାଟଣାରେ ସ୍ବେରେଜ ଟାଙ୍କି ସଫା କରିବାବେଳେ‌ ଦୁଇ ଅଣଓଡିଆ ଶ୍ରମିକ ପ୍ରାଣ ହରାଇଥିଲେ । ଏହି ପରି ଗୋଟିଏ ପରେ ଗୋଟିଏ‌ ଅଘଟଣ ଘଟୁଥିଲେ ମଧ୍ୟ ନା ପୋଲିସ ନା କଣ୍ଟ୍ରାକ୍ଟର ନା ଲେବର କମିଶନ ଏଥିପ୍ରତି ଧ୍ୟାନ ଦେଉଛନ୍ତି । ସଠିକ ସୁରକ୍ଷା ବ୍ୟବସ୍ଥା ନକରି ଏପରି ବିପତ୍ତିଜନକ କାମ ଦୈନିକ ଶ୍ରମିକଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।

ଇଟିଭି ଭାରତ , ଭୁବନେଶ୍ବର

Last Updated : Jul 29, 2023, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.