ଖୋର୍ଦ୍ଧା: ହାଇଦ୍ରାବାଦରୁ ଆସିଥିବା ସ୍ଵତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଆସି ପହଞ୍ଚିଛି । ସେଥିରେ ମୋଟ 1868 ଜଣ ପ୍ରବାସୀ ଆସିଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।


ପ୍ରବାସୀମାନେ ଷ୍ଟେସନରେ ଆସି ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ଓ ସ୍ବାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କ ଜିଲ୍ଲାର କ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ