ETV Bharat / state

ତୋଷାଳି ମେଳା ଆରମ୍ଭ, ବୁଲୁଛନ୍ତି ଖାଉଛନ୍ତି କିଣୁଛନ୍ତି ରାଜଧାନୀବାସୀ

author img

By

Published : Feb 2, 2023, 12:24 PM IST

ରାଜଧାନୀ ଭୁବନେଶ୍ବରରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି । ମେଳା ବୁଲୁଛନ୍ତି ଖାଉଛନ୍ତି ଓ ବିଭିନ୍ନ ସାମଗ୍ରୀ କିଣୁଛନ୍ତି ରାଜଧାନୀବାସୀ । ଅଧିକ ପଢନ୍ତୁ

toshali National Crafts mela begins
ତୋଷାଳି ମେଳା ଆରମ୍ଭ, ବୁଲୁଛନ୍ତି ଖାଉଛନ୍ତି କିଣୁଛନ୍ତି ରାଜଧାନୀବାସୀ
ଆରମ୍ଭ ହୋଇଯାଇଛି ସପ୍ତଦଶ ତୋଷାଳି

ଭୁବନେଶ୍ବର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜଧାନୀ ଜନତା ମଇଦାନରେ ଆରମ୍ଭ ହୋଇଛି ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଫେବୃଆରୀ 1 ତାରିଖରୁ ଆରମ୍ଭ ହେଇଥିବା ଏହି ତୋଷାଳି ମେଳା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ । ମଧ୍ୟାହ୍ନ 12ଟା 30ରୁ ରାତି 9ଟ 30ଯାଏ ଖୋଲା ରହିବ । ଏହି ମେଳାରେ ଦେଶର କୋଣ ଅନୁକୋଣରୁ ବିଭିନ୍ନ କାରିଗର ଓ ବୁଣାକାର ଅଂଶଗ୍ରହଣ କରିଛନ୍ତି ।

ସେମାନେ ପାରମ୍ପରିକ ତଥା ସମସାମୟିକ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଯୋଗ ଦେଇ ମେଳାର ଉଦଘାଟନ କରିଛନ୍ତି । ଏହା ସହିତ ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟ ଶିଳ୍ପୀ, କାରିଗର, ବୁଣାକାରମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସହ ବ୍ୟବସାୟର ସୁଯୋଗ ସୃଷ୍ଟି କରିବା । ତୋଷାଳି ମେଳାରେ ପ୍ରଥମ ଦିନରେ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟରୁ ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ ବୁଣାକାର ଓ କାରିଗର ଅଂଶ ଗ୍ରହଣ କରିଛନ୍ତି । ସେହିଭଳି ରାଜଧାନୀବାସୀ ଓଡ଼ିଶାର ପାରମ୍ପାରିକ ହାତ ତିଆରି ଖାଦ୍ୟ ଖାଇବାର ମଜା ନେଇଛନ୍ତି । ମେଳାରେ ୨୫ଟି ଖାଦ୍ୟ ଷ୍ଟଲ ରହିଛି । ପ୍ରତ୍ୟେକ ଦିନ ୨.୩୦ ରୁ ରାତି ୯.୩୦ ଯାଏ ଏହି ମେଳା ଖୋଲା ରହିବ । ଫେବୃଆରୀ ୧ରୁ ଏହା ଉଦଘାଟିତ ହୋଇଥିବା ବେଳେ ଏହା ୧୨ ଯାଏ ଏହା ଚାଲିବ । ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଏକ ସ୍ବତନ୍ତ୍ର ଷ୍ଟଲ କରାଯାଇଛି ।

ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି । ସେହିପରି ମେଳାରେ ବିକାଶ ଆୟୁକ୍ତ ଦ୍ବାରା ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ ଦ୍ବାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନ ପାଇଛି ।

ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ବାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହୋଇଛି । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ ଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ । ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି ।

ମେଳାରେ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ । ଚଳିତ ବର୍ଷ ମେଳାରେ ୨୦ ଲକ୍ଷ ଜନ ସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କୁ ଜୀବନବ୍ୟାପୀ ହସ୍ତଶିଳ୍ପ କୃତି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଇଟିଭି ଭାରତ, ଭୁବେନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.