ETV Bharat / state

ଅପେକ୍ଷାର ଘଟିଲା ଅନ୍ତ, ପ୍ରକାଶ ପାଇଲା AICC ସଭ୍ୟ ତାଲିକା - ଏଆଇସିସି ସଭ୍ୟ ତାଲିକା ନେଇ ମତ

ପ୍ରକାଶ ପାଇଲା AICCର ସଭ୍ୟ ତାଲିକା । ଓଡ଼ିଶାରୁ ୧୫ଜଣଙ୍କୁ ଅତିଥି ଭାବରେ ନିଆଯାଇଛି । ନୂଆ କରି କଂଗ୍ରେସରେ ଯୋଗଦେଇଥିବା ବିଜୟ ପଟ୍ଟନାୟଙ୍କୁ କୋ-ଅପଡେଟ ସଭ୍ୟ ଭାବେ ଚୟନ କରାଯାଇଛି । ଅଧିକ ପଢନ୍ତୁ

AICC member lists
AICC member lists
author img

By

Published : Feb 21, 2023, 9:07 PM IST

ପ୍ରକାଶ ପାଇଲା AICC ସଭ୍ୟ ତାଲିକା

ଭୁବନେଶ୍ବର: ଅପେକ୍ଷାର ଘଟିଲା ଅନ୍ତ । ଶେଷରେ ପ୍ରକାଶ ପାଇଲା ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ସଭ୍ୟ ତାଲିକା । ଓଡ଼ିଶାରୁ ଅଖିଳ ଭାରତୀୟ କେନ୍ଦ୍ରୀୟ କମିଟିର ସଭ୍ୟଙ୍କ ନାଁ ପ୍ରକାଶ କଲା ଏଆଇସିସି । ଓଡ଼ିଶାରୁ ମୋଟ ୫୫ ଜଣ ନିର୍ବାଚିତ ହୋଇଥିବା ବେଳେ ୧୫ ଜଣଙ୍କୁ ଅତିଥି ଭାବରେ ନିଆଯାଇଛି । ତେବେ ବରିଷ୍ଠତା ଭିତ୍ତିରେ ଏହି ସଦସ୍ୟତା ଚୟନ କରାଯାଇଥିବା ବେଳେ ଏହାକୁ ନେଇ ଦଳରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସେପଟେ ନୂଆ କରି କଂଗ୍ରେସରେ ଯୋଗଦେଇଥିବା ବିଜୟ ପଟ୍ଟନାୟଙ୍କୁ କୋ-ଅପଡେଟ ସଭ୍ୟ ଭାବେ ଚୟନ କରାଯାଇଛି ।

ନୂଆ କରି ଦଳରେ ଯୋଗଦେଇଥିବା ବରିଷ୍ଠ ପ୍ରଶାସକ ବିଜୟ ପଟ୍ଟନାୟକ ଦଳରେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଲକ୍ଷ୍ୟ ନେଇ ଆସିଛନ୍ତି । ତାଙ୍କର ଆଶା ମଧ୍ୟ ଥାଇପାରେ। ହେଲେ ତାଙ୍କୁ କୋ-ଅପଡେଟ ସଭ୍ୟ ଭାବେ ଚୟନ କରିବାକୁ ନେଇ ତାଙ୍କ ସମର୍ଥକଙ୍କ ଭିତରେ କ୍ଷୋଭ ଦେଖାଦେଇଛି । ପୂର୍ବରୁ ଯେଉଁମାନେ AICC ସଭ୍ୟ ଥିଲେ ଏଥର ଅନେକ ଅଂଶରେ ପରିବର୍ତ୍ତନ କରାଯାଇଛି । ନୂଆ ଯୁବ ମୁହଁକୁ ବି ଏହି ତାଲିକାରେ ସାମିଲ କରାଯାଇଛି।

AICC ତାଲିକା ପ୍ରସଙ୍ଗରେ ବରିଷ୍ଠ ବିଧାୟକ ସୁର ରାଉତ ରାୟ କହିଛନ୍ତି, "କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି । ଯେତେ ବଡ଼ ନେତା ଦଳର ଯୋଗ ଦେଲେ ସେମାନଙ୍କୁ ପ୍ରଥମେ କାମ କରିବାକୁ ପଡ଼ିବ । ବିଜୟ ପଟ୍ଟନାୟକ ବହୁ ଜ୍ଞାନୀ ଲୋକ । ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କୋ-ଅପଡେଟ ସଭ୍ୟ ଭାବେ ଚୟନ କରାଯାଇଛି । ସମୟକ୍ରମେ ତାଙ୍କୁ ଦଳ ଗୁରୁ ଦାୟିତ୍ବ ଦେବ । ଦଳରେ ତାଙ୍କ ଭବିଷ୍ୟ ଉଜ୍ଜ୍ବଳ ରହିଛି ।"

ଏହା ବି ପଢନ୍ତୁ- Assembly Budget Session: ଆରମ୍ଭରୁ ହଟ୍ଟଗୋଳ, ଆଇନ ଶୃଙ୍ଖଳା ସ୍ଥିତି ନେଇ ଘେରିଲେ ବିରୋଧୀ

ଏହି ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ସୁର ରାଉତରାୟ, ତାରା ବାହିନୀପତି, ରାଜେନ ଏକ୍କା, ଅଧିରାଜ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ ସ୍ଥାନ ପାଇଛନ୍ତି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି । ସେହିପରି ପୂର୍ବତନ ସାଂସଦ ଅମର ପ୍ରଧାନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ ସ୍ଥାନ ପାଇଛନ୍ତି ।

ସୂଚନା ଥାଉ କି ଚଳିତ ମାସ ୨୪, ୨୫ ଏବଂ ୨୬ ତାରିଖରେ ଛତିଶଗଡ଼ ରାଜଧାନୀ ରାୟପୁରରେ AICC ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସର ସର୍ବଭାରତୀୟ ସ୍ତରରେ ଅନେକ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ AICC ସମ୍ମିଳନୀ ବହୁ ଗୁରୁତ୍ବ ବହନ କରୁଛି। ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.