ETV Bharat / state

Omicron Fear: ଭିଡ଼ ଆଶଙ୍କା, ଖୋର୍ଦ୍ଧାର ସବୁ ମନ୍ଦିରରେ ୧୪୪ ଧାରା ଜାରି

author img

By

Published : Jan 13, 2022, 3:47 PM IST

କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଜାରି ହୋଇଛି କଟକଣା । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

144 imposed in all temples of khordha for makar sankranti
Omicron Fear: ଭିଡ଼ ଆଶଙ୍କା, ଖୋର୍ଦ୍ଧାର ସବୁ ମନ୍ଦିରରେ ୧୪୪ ଧାରା ଜାରି

ଖୋର୍ଦ୍ଧା: ରୂପ ବଦଳାଇ ପୁଣି ଆତଙ୍କ ଖେଳାଇବା ଆରମ୍ଭ କରିଛି ମହାମାରୀ କୋରୋନା । କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଜାରି ହୋଇଛି କଟକଣା । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ଆସନ୍ତା କାଲି(ଶୁକ୍ରବାର) ପ୍ରସିଦ୍ଧ ମକର ସଂକ୍ରାନ୍ତି ହୋଇଥିବାରୁ ମନ୍ଦିରଗୁଡ଼ିକରେ ଭିଡ଼ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଉପଖଣ୍ଡର ସମସ୍ତ ମନ୍ଦିରରେ ଧାରା ୧୪୪ ଲାଗୁ ହୋଇଛି । ମକର ସଂକ୍ରାନ୍ତି ଅବସରରେ ମନ୍ଦିରରେ କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ପାଞ୍ଚ ଜଣ ସେବକ ନିୟୋଜିତ ରହି ପୂଜାର୍ଚ୍ଚନା କରିବେ ।

ମନ୍ଦିରକୁ କୌଣସି ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା କୋରୋନା ମିଟର ଉପରମୁହାଁ ରହିଛି । ବୁଧବାର ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ଟି କୋଭିଡ ମାମଲା ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି କୌଣସି ବିପଦକୁ ଆମନ୍ତ୍ରଣ ଦେବାକୁ ଚାହୁଁନାହିଁ ଜିଲ୍ଲା ପ୍ରଶାସନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.