ଖୋର୍ଦ୍ଧା: ପୌରାଞ୍ଚଳର ୱାର୍ଡ ନଂ14ର ଗୋଡିପୋଖରୀ ନୂଆ କଲୋନୀ ଅଞ୍ଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହା ପରେ ଉକ୍ତ ଅଞ୍ଚଳକୁ ରବିବାର ସନ୍ଧ୍ୟା 7ଟାରୁ ଆସନ୍ତା 6 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଜିଲାପାଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।
![ଖୋର୍ଦ୍ଧା ପୌରାଞ୍ଚଳର 14ନଂ ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା](https://etvbharatimages.akamaized.net/etvbharat/prod-images/od-kud-collector-dry-od10017_05072020184338_0507f_1593954818_1012.jpg)
ସେହିପରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ ନିର୍ଦେଶ ଦେଇଛନ୍ତି ଜିଲାପାଳ । ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳକୁ ଯେଭଳି କୌଣସି ବ୍ୟକ୍ତି ପ୍ରବେଶ ଓ ପ୍ରସ୍ଥାନ କରି ନପାରିବେ ସେଥିପାଇଁ ବ୍ୟାରିକେଡ କରାଯାଇ ଉକ୍ତ ଅଞ୍ଚଳକୁ ସିଲ ନିର୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ