ETV Bharat / state

କ୍ୟାବିନେଟ୍‌ ବୈଠକ; 10 ବିଭାଗର ପାରିତ ହେଲା 13 ପ୍ରସ୍ତାବ

author img

By ETV Bharat Odisha Team

Published : Dec 30, 2023, 9:42 PM IST

State Cabinet Meeting: ରାଜ୍ୟ ମନ୍ତ୍ରୀମଣ୍ଡଳର 69ତମ କ୍ୟାବିନେଟ ବୈଠକରେ ମୋଟ 13 ପ୍ରସ୍ତାବ ପାରିତ । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଅଧିକ ପଢ଼ନ୍ତୁ

10 ବିଭାଗର ପାରିତ ହେଲା 13 ପ୍ରସ୍ତାବ
10 ବିଭାଗର ପାରିତ ହେଲା 13 ପ୍ରସ୍ତାବ
10 ବିଭାଗର ପାରିତ ହେଲା 13 ପ୍ରସ୍ତାବ

ଭୁବନେଶ୍ବର: ଶନିବାର ବସିଛି ରାଜ୍ୟ ମନ୍ତ୍ରୀମଣ୍ଡଳର ୬୯ତମ କ୍ୟାବିନେଟ ବୈଠକ । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ୧୦ଟି ବିଭାଗରେ ମୋଟ 13ଟି ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସମେତ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡିଶା ସିଭିଲ ସର୍ଭିସର ବୟସସୀମା 32ରୁ 38 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଓଡିଶା ଅଗ୍ନିଶମର ଗ୍ରୁପ-ସି' 2021ରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଆବଶ୍ୟକ ପୋଷ୍ଟର 7 ଗୁଣ ଆଶାୟୀଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ । ଯାହା ପୂର୍ବରୁ 3 ଗୁଣା ଥିଲା । ସେହିଭଳି ହାଉସିଂ ଏବଂ ଅର୍ବାନ ବିଭାଗର ଅଧିକ ଇଞ୍ଜିନିୟର ଏବଂ 300 ନୂଆ ପଦବୀ ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବରରେ 5 ଏକର ଜମି ବିନା ପ୍ରିମିୟମରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲଥ୍‌ ପାଇଁ ପାରିତ ହୋଇଛି । ସେହିପରି ରାଜ୍ୟରେ 200ଟି ଇଲେକ୍ଟ୍ରି ବସ୍ 10 ବର୍ଷ ଚଳାଇବାକୁ ଟେଣ୍ଡର ଦେବାକୁ ନିଷ୍ପତ୍ତି ହୋଇଛି । 933.26 କୋଟି ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ହୋଇଛି । ଏହା ସହିତ ରାଜ୍ୟରେ ରାସ୍ତା ମାନଙ୍କରେ ଏଲ୍‌ଇଡିର ରକ୍ଷଣାବେକ୍ଷଣ ଏବଂ ଆଡିସନାଲ୍‌ ଲାଇଟ୍‌ର ଟେଣ୍ଡରକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏଥିପାଇଁ 5 ବର୍ଷ ପର୍ଯ୍ୟନ୍ତ 311.18 କୋଟି ଟଙ୍କା ଟେଣ୍ଡର ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି, ୨୦୨୪ ଫେବ୍ରୁଆରୀରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧ କ୍ରମେ 314 ବ୍ଲକରେ ଘରକୁ ଘର ଯାଇ ଜାନୁଆରୀ 5ରୁ ଗୁଆ ଚାଉଳ ସଂଗ୍ରହ ହେବ । ଗାଁ ଗାଁରେ ଜଗନ୍ନାଥ ରଥ ବୁଲିବ । ପ୍ରତି ପଞ୍ଚାୟତରୁ ଗୁଆ ଚାଉଳ ସଂଗ୍ରହ ପରେ ୧୭ ତାରିଖରେ ପୁରୀରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ସେହି ଗୁଆ ଚାଉଳ ଲାଗିବ । ଏହା ସହିତ ପୁରୀରେ ପ୍ରତି ପଞ୍ଚାୟତର ଲୋକ ସାମିଲ ହୋଇପାରିବେ । ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ଗାଁରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଲାଇଭ୍‌ ଦେଖି ପାରିବେ । ଏଥିପାଇଁ ମୋଟ ୧୫୬ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଖାଲି ସେତିକି ନୁହେଁ, ଜାନୁଆରୀ ୧୭ ପରେ ପ୍ରତି ଗ୍ରାମପଞ୍ଚାୟତରୁ କିଛି ଲୋକଙ୍କୁ ପୁରୀ ନିଆଯିବ ଏବଂ ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ଦିଆଯିବ ।

ସେହିପରି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୂର୍ବରୁ ଥିବା 4 ହଜାର କୋଟି ବ୍ୟୟ ବରାଦରେ ଆଉ 2 ଶହ କୋଟି ଆଡିସନାଲ୍ ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୬୭୯୪ଟି ଗ୍ରାମପଞ୍ଚାୟତରେ ୧୫ ଜାନୁଆରୀରୁ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବୈଠକ ହେବ । ଯେଉଁଥିରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକରେ ପଞ୍ଚାୟତରେ ଭଲ କାମ କରିଥିବା ଲୋକଙ୍କୁ ମାନପତ୍ର ପ୍ରଦାନ କରାଯିବ । ସ୍ବାସ୍ଥ୍ୟ, ଶିକ୍ଷା ସାଙ୍ଗକୁ ସରକାରଙ୍କ ବିକାଶମୂଳକ ଯୋଜନା ବିଷୟକୁ ନେଇ ଆଲୋଚନା ହେବ । ଏଥିପାଇଁ ପ୍ରତି ପଞ୍ଚାୟତକୁ ୨୦୪ କୋଟି ବ୍ୟୟ ବରାଦ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.