ETV Bharat / state

13 ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି

author img

By

Published : Oct 28, 2022, 10:19 PM IST

13 ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି । ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦେଖା ଦେଇଥିବା ଆଇଏଏସ ଅଭାବକୁ ଏହା ଦୂର କରିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: 13 ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି । ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦେଖା ଦେଇଥିବା ଆଇଏଏସ ଅଭାବକୁ ଏହା ଦୂର କରିବ ବୋଲି ଆଶା କରାଯାଉଛି ।

13 ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି
13 ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଥିବା ତୁଷାରକାନ୍ତ ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ସାଧାରଣ ପ୍ରଶାସନ ବିଭାଗର ସଚିବ ମନୋଜ କୁମାର ମହାନ୍ତି, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପଦୋନ୍ନତି ମିଳିଛି । ଷ୍ଟିଲ ଓ ମାଇନ୍ସ ବିଭାଗ ସଚିବ ଅବନୀକାନ୍ତ ପଟ୍ଟନାୟକ, ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି, OSWC ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବେନ କୁମାର ପ୍ରଧାନ, ଆର ଆଣ୍ଡ ଡିଏମ ବିଭାଗ ସ୍ୱତନ୍ତ୍ର ସଚିବ ତ୍ରିଲୋଚନ ମାଝୀ, FSCWର ସ୍ୱତନ୍ତ୍ର ସଚିବ ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ ଓ ସିଜେଏମ ଇଡକୋ ବିଜୟ କୁମାର ଦାସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି ।

ରାଜ୍ୟକୁ 248 ଜଣ IAS ଅଧିକାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର 145 ଜଣ । 25 ଜଣ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ 7 ଜଣ ଟ୍ରେନିଂରେ ଅଛନ୍ତି । ଏହି ପଦୋନ୍ନତି ରାଜ୍ୟରେ ଦେଖା ଦେଇଥିବା ଆଇଏଏସ ଅଭାବକୁ କିଛି ମାତ୍ରାରେ ଭରଣା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.