ETV Bharat / state

ଶପଥ ଗ୍ରହଣ କଲେ ୧୩ ନୂଆ ଡିଏସପି, ଖୁବଶୀଘ୍ର ହେବ ପୋଷ୍ଟିଂ

author img

By

Published : Nov 7, 2022, 10:35 PM IST

ଶପଥ ଗ୍ରହଣ କଲେ ୧୩ ନୂଆ ଡିଏସପି । ପୋଲିସ ଏକାଡେମୀର ପାସିଂ ଆଉଟ ପରେଡ ସେରିମୋନିରେ ୧୩ ଜଣ ନୂଆ ଡିଏସପିଙ୍କୁ ଶପଥ ପାଠ କରାଇଲେ ପୋଲିସ ଡିଜିପି ସୁନୀଲ ବଂଶଲ । ଅଧିକ ପଢନ୍ତୁ

ଶପଥ ଗ୍ରହଣ କଲେ ୧୩ ନୂଆ ଡିଏସପି
ଶପଥ ଗ୍ରହଣ କଲେ ୧୩ ନୂଆ ଡିଏସପି

ଭୁବନେଶ୍ବର: ଶପଥ ଗ୍ରହଣ କଲେ ୧୩ ନୂଆ ଡିଏସପି । ପୋଲିସ ଏକାଡେମୀର ପାସିଂ ଆଉଟ ପରେଡ ସେରିମୋନିରେ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ପୋଲିସ ଡିଜିପି ସୁନୀଲ ବଂଶଲ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରୁ ଷଷ୍ଠ ବ୍ୟାଚର ୧୩ଜଣ ଡିଏସପି ସ୍ବତନ୍ତ୍ର ଦୀକ୍ଷାନ୍ତ ସମାରୋହରେ ଶପଥ ନେଇଛନ୍ତି । ଶପଥ ବେଳେ ରାଜ୍ୟରେ ୫ଟି ସରକାରରେ ସ୍ବଚ୍ଛତା ସହ ଦୁର୍ନୀତି ବିରୋଧରେ ଲଢିବାକୁ ଗୁରୁମନ୍ତ୍ର ଦେଇଥିଲେ ଡିଜିପି ।

ଶପଥ ଗ୍ରହଣ କଲେ ୧୩ ନୂଆ ଡିଏସପି

୨୦୨୦ ଅଗଷ୍ଟରୁ ଏହି ଯୁବ ପୋଲିସ ଅଧିକାରୀ ମାନେ ଟ୍ରେନିଂ ନେବା ଆରମ୍ଭ କରିଥିଲେ । ପରେ ଫେବୃଆରୀ ୧୪, ୨୦୨୨ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ଅଫିସର ଇନ ଚାର୍ଜ ଭାବେ କାମ କରିଥିଲେ । ଥାନାସ୍ତରରେ କ୍ରାଇମ ପ୍ରିଭେନସନ, ଇନଭେଷ୍ଟିଗେସନ, ସାଇବର‌ କ୍ରାଇମ ,ଫରେନସିକ ସାଇନସ ସହ ହ୍ୟୁମାନ‌ ରାଇଟ୍ସ ଭାଓଲେସନ, ଲ ଆଣ୍ଡ ଅର୍ଡର , କଷ୍ଟଡିଆଲ ପ୍ରୋସିଜିୟର ସହ ଥାନା ଫରଓ୍ବାର୍ଡିଂ ,ଚାର୍ଜସିଟ ,ଏଫଆଇଆର ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ।

ଟ୍ରେନିଂ ପିରିୟଡ଼ରେ ଅଫିସର ମାନଙ୍କୁ ୧୦ ଦିନ ପାଇଁ ତେଲେଙ୍ଗାନା ଯାଇ ସେଠାର ପୋଲିସ ସିଷ୍ଟମ ଜାଣିବା ପାଇଁ ବିଭିନ୍ନ ଭିତ୍ତିଭୂମିକୁ ନେଇ କିପରି ବ୍ୟବହାର‌ କରିବେ ସେ ନେଇ ତାଲିମ ନେଇଥିଲେ । ଏପରିକି ବିଜୁ ପଟ୍ଟନାୟକ ପୋଲିସ ଏକାଡେମିରେ ବନ୍ଧୁକ ଚାଳନା ଠୁ ଆରମ୍ଭ କରି ମାଓ ଦମନ ,ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା, ଅପରାଧ ନିୟନ୍ତ୍ରଣ ଓ ଟ୍ରେଣ୍ଡି କ୍ରାଇମ କ୍ରିମିନାଲ ଟ୍ରାକିଂ ସିଷ୍ଟମ ଭଳି ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଥିଲା । ଯାହାକି ଆଗାମି ଦିନରେ ରାଜ୍ୟର ଯେଉଁ ସ୍ଥାନରେ ପୋଷ୍ଟିଂ ହେଲେ ସବୁ ପରିସ୍ଥିତିରେ ମୁକାବିଲା ପାଇ ପ୍ରସ୍ତୁତ ବୋଲି‌ ଶପଥ ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ଓପିଏସ ବା ଡିଏସପି ।

ଏହା ମଧ୍ୟ ପଢନ୍ତୁ-ପୁରୁଣା ଗାଡି ବିକ୍ରିରେ ଜିଏସଟି ଜାଲିଆତି, ଜଳେଶ୍ବର ମୋଟର୍ସରେ ଚଢାଉ କଲା DGGI

ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ଖୁବଶୀଘ୍ର ଅର୍ଡର‌ ବାହାରିବ । ଏହାପରେ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ବିଭିନ୍ନ କାମରେ ପୋଷ୍ଟିଂ କରାଯିବ । ଓଡିଶା ପୋଲିସର ବହୁ ବରିଷ୍ଠ ଆଇପିଏସ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଶପଥ ନେଇଥିବା ନୂତନ ଡିଏସପିଙ୍କ ପରିବାର ଉପସ୍ଥିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏହି ଯୁବ ଓପିଏସ ବା ଡିଏସପି ମାନଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.