ETV Bharat / state

ଯୁବକଙ୍କୁ ଅପହରଣ ସହ ମୁଣ୍ତ ଜାମିନ ରଖି ଟଙ୍କା ଦାବି, ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - ଚମ୍ପୁଆରେ ଯୁବକଙ୍କୁ ଅପହରଣ

ଯୁବକଙ୍କୁ ଅପହରଣ କରି ଟଙ୍କା ଦାବି କରୁଥିଲେ ଦୁର୍ବୃତ୍ତ । ପୋଲିସ ଖୋଜାଖୋଜି କରି ଯୁବକଙ୍କୁଉଦ୍ଧାର କରିବା ସହ ତଚାରି ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଯୁବକଙ୍କୁ ଅପହରଣ
ଯୁବକଙ୍କୁ ଅପହରଣ
author img

By ETV Bharat Odisha Team

Published : Nov 8, 2023, 6:59 AM IST

ଯୁବକଙ୍କୁ ଅପହରଣ

କେନ୍ଦୁଝର: ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଡ଼କାୟତି । କେନ୍ଦୁଝର ଜିଲ୍ଲାରେ ଚୋରି ଡକାୟତି ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଟଙ୍କା ପାଇଁ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ପ୍ରବଳ ମାଡ଼ମାରି ଫୋନ-ପେ ମାଧ୍ୟମରେ ଟଙ୍କା ଆଦାୟ କରିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚମ୍ପୁଆ ପୋଲିସ ।

ସୂଚନା ଅନୁସାରେ, ଚମ୍ପୁଆ ଥାନା ଅଧିନସ୍ଥ ରିମୂଳି ପଞ୍ଚାୟତ ଅନ୍ତର୍ଗତ ତଡୁଆବାହାଳ ଗ୍ରାମର ଗିରିଜା ମହାନ୍ତ ଗତ ୫ ତାରିଖ ରାତିରେ ୫୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ତାଙ୍କ କ୍ରସର ଅଫିସରେ ଥିଲେ । ଏହି ସମୟରେ କିଛି ଯୁବକ ଯୁବକ ହଠାତ୍ ତାଙ୍କ ଅଫିସକୁ ଆସି ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରି ଝୁମ୍ପୂରା ଥାନା ଅଧିନସ୍ଥ ଜାମୁଦାପାଳ ଗ୍ରାମକୁ ନେଇଯାଇଥିଲେ । ଜାମୁଦାପାଳ ଗ୍ରାମର ପଡି଼ଆରେ ତାଙ୍କୁ ପ୍ରବଳ ମାଡ଼ ମାରିବା ପରେ ବାଇକରେ ବସାଇ ମୟୂରଭଞ୍ଜ ଜିଲ୍ଲା ଘାଗରାବେଡ଼ା ଥାନା ଅଧିନସ୍ଥ ସୁଲଗୋଡ଼ା ଗ୍ରାମ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ପୁଣି ମାଡ଼ ମାରିଥିଲେ । ସେଠାରେ ଗିରିଜାଙ୍କୁ ପ୍ରବଳ ମାଡ଼ ମାରିବା ସହ ଏହାର ଭିଡିଓ କରି ଗିରିଜାଙ୍କ ଘର ଲୋକଙ୍କୁ ପଠାଇ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୪୫ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ନେଇଥିଲେ । ପରେ ପୁଣିଥରେ ଅଧିକ ଟଙ୍କା ଦାବି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜୁଆ ଖେଳରେ ହାରିବା ପରେ ଅପହରଣ ନାଟକ ରଚିଲେ ବ୍ୟବସାୟୀ, ବାନ୍ଧିଲା ପୋଲିସ

ଏନେଇ ଗିରିଜାଙ୍କ ଭଉଣୀ ଦିପ୍ତିମୟୀ ମହାନ୍ତ ଚମ୍ପୁଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ମୋବାଇଲକୁ ଟ୍ରାକ୍‌ କରି ଗିରିଜାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ତେବେ ପୋଲିସ ଆଜି ଘାଗରବେଡା ଅଞ୍ଚଳରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତିମାନେ ହେଲେ ଝୁମ୍ପରା ଥାନା ଅଧିନସ୍ଥ ଜାମୁଦାପାଳ ଗ୍ରାମର ଅଶୋକ ମହାକୁଡ, ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ହୁଣ୍ଡୁଳା ଗ୍ରାମର କିଶାନ ମହାନ୍ତ ଓ ବୁଟି ସାହି ଗ୍ରାମର ସାନ ମହାନ୍ତ ଓ ବଡ଼ ମହାନ୍ତ ବୋଲି ଜଣାପଡ଼ିଛି । ପୋଲିସ ସେମାନଙ୍କ ନିକଟରୁ ଏକ ବାଇକ ଓ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଚମ୍ପୁଆ ପୋଲିସ ଥାନା କେସ ନମ୍ବର ୧୯୨ /,୨୦୨୩ ଓ ଦଫା ୩୬୪ ,୩୬୪ (A) ,୩୬୫ ଆଇପି ସିଏବଂ ୨୫, ୨୭ ଆର୍ମ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅନ୍ୟ ପଟେ ଅପହରଣର ଶିକାର ହୋଇ ଥିବା ଗିରିଜା ମହାନ୍ତଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.