ଆନନ୍ଦପୁର : ବୁଡ଼ି ଯାଉଥିବା ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ଯୁବକ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରେମାଳ ଡ୍ୟାମ କେନାଲରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଘଷିପୁରା ଥାନା ଦେଓଗାଁ ପଞ୍ଚାୟତ ଢ଼ିଙ୍କିଆର କିଛି ଯୁବକ ରେମାଳ ଡ୍ୟାମରେ ଭୋଜି କରିବାକୁ ଯାଇଥିଲେ ।
ସେମାନଙ୍କ ମଧ୍ୟରୁ ରୋସନ ପୃଷ୍ଟି ଡ୍ୟାମ କେନାଲରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ଅନ୍ୟଜଣେ ଯୁବକ ସୁବ୍ରତ । ହେଲେ ବିଡମ୍ବନାର ବିଷୟ ସୁବ୍ରତ କେନାଲରେ ବୁଡ଼ିଯାଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ