କେନ୍ଦୁଝର:ସଦର ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଘଟିଛି ହତ୍ୟାକାଣ୍ଡ । ଗ୍ରାମର ରୁଗୁଡି ସାହିରେ ଧର୍ମାନ୍ତରୀକରଣକୁ ନେଇ ଆଜି ସକାଳୁ କୁରାଢ଼ୀରେ ହାଣି ହତ୍ୟାକାଣ୍ଡ ହେଇଥିବା ଜଣାପଡ଼ିଛି । ମୃତକଙ୍କ ନାମ ଦାମୋଦର ମୁଣ୍ଡା ହୋଇଥିବା ବେଳେ ହତ୍ୟାକାରୀଙ୍କ ନାମ ମତେ ମୁଣ୍ଡା ବୋଲି ଜଣାପଡ଼ିଛି ।
ହତ୍ୟାକାରୀକୁ ଗ୍ରାମବାସୀ ଧରି ପୋଲିସକୁ ଜିମା ଦେଇଛନ୍ତି । ଖବର ଅନୁସାରେ ଫୁଲଝର ଗ୍ରାମର ରୁଗୁଡି ସାହି ରେ ଗତକାଲି 3 ଜଣ ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ବେଳେ ଧର୍ମଚର୍ଚ୍ଚା କରୁଥିଲେ ।
ଏନେଇ ଦାମୋଦର ବିରୋଧ କରିଥିବାରୁ ତାଙ୍କୁ ସକାଳୁ ଏକ କୁରାଢ଼ୀରେ ମୁଣ୍ଡ ପଛକୁ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ