ETV Bharat / state

You Tube ଦେଖି ତିଆରି କରୁଥିଲେ ସରଞ୍ଜାମ, କଟିଗଲା ଯୁବକଙ୍କ 5 ଆଙ୍ଗୁଠି - କେନ୍ଦୁଝର ଖବର

ୟୁଟ୍ୟୁବ ଦେଖି ଇଲେକ୍ଟ୍ରିକାଲ୍ ସରଞ୍ଜାମ ତିଆରି କରିବା ସମୟରେ ହଠାତ୍ ବିସ୍ଫୋରଣ ଘଟି ଯୁବକ ଗୁରୁତର । ଅଧିକ ପଢନ୍ତୁ...

ୟୁଟ୍ୟୁବ ଦେଖି ସରଞ୍ଜାମ ତିଆରି କରିବା ହେଲା କାଳ, ଯୁବକ ଗୁରୁତର

author img

By

Published : Aug 21, 2021, 2:07 PM IST

Updated : Aug 21, 2021, 2:27 PM IST

କେନ୍ଦୁଝର: ୟୁଟ୍ୟୁବ ଦେଖି ଇଲେକ୍ଟ୍ରିକାଲ୍ ସରଞ୍ଜାମ ତିଆରି କରିବା ହେଲା କାଳ । ଏପରି ଦୁଃସାହସ କରିବାବେଳେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି ।

ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସଦର ବ୍ଲକ ଗୋପିନାଥପୁର ଗାଁର ଦାଶରଥି ବେହେରାଙ୍କ ପୁଅ କୃଷ୍ଣଚନ୍ଦ୍ର ବେହେରା ଯୁକ୍ତ ୨ ବିଜ୍ଞାନ ପାସ୍ କରିବା ପରେ ନିଜ ଘରେ ମୋବାଇଲରେ ୟୁଟ୍ୟୁବ ଦେଖି ପ୍ରାକ୍ଟିସ୍ କରୁଥିଲେ । ତେବେ କୃଷ୍ଣଚନ୍ଦ୍ର ଇଲେକ୍ଟ୍ରିକ୍ ସରଞ୍ଜାମ ପ୍ରସ୍ତୁତ ପାଇଁ ବାରୁଦ ଓ କିଛି ଇଲେକ୍ଟ୍ରିକ ପାର୍ଟ୍ସ ନେଇ ଅଭ୍ୟାସ କରୁଥିଲେ । ଏହିସମୟରେ ହଠାତ୍ ବିସ୍ଫୋରଣ ଘଟିବାରୁ କୃଷ୍ଣଚନ୍ଦ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ହାତର 5ଟି ଯାକ ଆଙ୍ଗୁଠି ଛିଡି ଯାଇଥିବା ଜଣାପଡିଛି ।

You Tube ଦେଖି ତିଆରି କରୁଥିଲେ ସରଞ୍ଜାମ, କଟିଗଲା ଯୁବକଙ୍କ 5 ଆଙ୍ଗୁଠି

ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Aug 21, 2021, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.