ETV Bharat / state

କେନ୍ଦୁଝରରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ, ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ କରାଇଲେ 5 ଶହରୁ ଊର୍ଦ୍ଧ୍ବ ଲୋକେ - ବିଶ୍ଵ ସ୍ଵାସ୍ଥ୍ୟ ଦିବସ

କେନ୍ଦୁଝର ମୁଖ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ । ସ୍ବାସ୍ଥ୍ଯ ଶିବିର ଖୋଲାଯାଇ ରୋଗୀଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା । ଅଧିକ ପଢ଼ନ୍ତୁ

କେନ୍ଦୁଝର ମୁଖ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

author img

By

Published : Apr 7, 2023, 7:37 PM IST

କେନ୍ଦୁଝର ମୁଖ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

କେନ୍ଦୁଝର: ନିରୋଗ ଜୀବନଯାପନ କରିବା ସମସ୍ତଙ୍କ କାମ୍ୟ । ସୁସ୍ଥ ରହିବା ପାଇଁ ମଣିଷ ବିଭିନ୍ନ କାର୍ଯ୍ଯ କରିଥାଏ । ବିଶ୍ବ ସ୍ବାସ୍ଥ୍ୟ ଦିବସରେ ସ୍ବାସ୍ଥ୍ଯ ପ୍ରତି ଯତ୍ନ ନେବା ଓ ଉତ୍ତମ ସ୍ବାସ୍ଥ୍ଯ ଗଠନ ପାଇଁ ସଚେତନତା କରାଯାଏ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥାଏ ୱାର୍ଲ୍ଡ ହେଲଥ ଅରଗାନାଇଜେସନ । ଚଳିତ ବର୍ଷର ସ୍ଲୋଗାନ ରହିଛି ‘ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ’ । ସୁସ୍ଥ ମଣିଷମାନେ ହେଉଛନ୍ତି ଦେଶର ସମ୍ପତ୍ତି ଦେଶର ପ୍ରଗତି ଓ ବିକାଶ ପାଇଁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଦାରିଦ୍ର୍ୟ ଓ ଅନେକ ଘାତକ ରୋଗ ଯୋଗୁଁ ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ୧୯୪୮ ମସିହା ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା ।

ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆଜି ଏହି ଦିବସକୁ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟାଳୟରେ ରୋଟାରୀ କ୍ଲବ ଓ ହିମା ହସ୍ପିଟାଲ ମିଳିତ ଭାବେ ଏହି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରିଛନ୍ତି । ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ହିମା ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ କଲୋପସ୍କୋପି, ବି.ଏମ.ଡି.ଟି, ରକ୍ତ ଶର୍କରା, ହିମୋଗ୍ଲୋବିନ, ଚକ୍ଷୁ ପରୀକ୍ଷା ଆଦି ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା ।

ଏହି ସ୍ବାସ୍ଥ୍ୟ ଶିବିରକୁ ପଦ୍ମଶ୍ରୀ ମାଗୁଣି କୁଅଁର ଉଦଘାଟନ କରିଥିବା ବେଳେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚିନ୍ତାମୁକ୍ତ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ପଦ୍ମଶ୍ରୀ ମାଗୁଣି କୁଅଁର କହିଛନ୍ତି, "ଉତ୍ତମ ଖାଦ୍ୟ ଓ ବ୍ୟାୟାମ ସବୁଦିନ କରିବା ଉଚିତ ।" ସେହିପରି ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼.ମମତା ଜେନା ମହିଳାଙ୍କ ସ୍ୱାସ୍ଥ୍ୟ ନେଇ ପୁରୁଷ ଲୋକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି । ସ୍ତ୍ରୀ ରୋଗ ମୁକ୍ତ ହେଲେ ଘର ସଂସାର ଠିକ ଚାଲେ । ସେଥିପାଇଁ ପ୍ରତ୍ୟକ ସ୍ତ୍ରୀ ନିଜର ସଠିକ ସ୍ୱାସ୍ଥ୍ୟ ଯାଞ୍ଚ ଠିକ ସମୟରେ କରିନେବା ପାଇଁ ପରାମର୍ଶ ଦେଇଥିଲେ ସ୍ତ୍ରୀ ରୋଗ ବିଶେଷଜ୍ଞ । ରୋଟାରୀ ସହଯୋଗରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ହିତାଧିକାରୀ ଯୋଗ ଦେଇ ଶିବିରର ଲାଭ ନେଇଥିଲେ । ଏଭଳି ମାଗଣା ରୋଗୀସେବା ନିରନ୍ତର ଚାଲୁ ରହିବ ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.