ETV Bharat / state

ରାସ୍ତା ମରାମତି ନେଇ କ୍ଲବ ସଦସ୍ୟଙ୍କ ଅଭିନବ ଉପାୟରେ ପ୍ରତିବାଦ - anandapur road work

୨୦ ନଂ ଜାତୀୟ ରାଜପଥର ଅନେକ ସ୍ଥାନରେ ସର୍ଭିସ ରୋଡ କାମ ଅଧାପନ୍ତରିଆ ଭାବେ ପଡି ରହିଛି ଯାହାକୁ ନେଇ ରାସ୍ତାର ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଅଧିକ ପଢନ୍ତୁ...

ରାସ୍ତା ମରାମତି ନେଇ କ୍ଲବ ସଦସ୍ୟଙ୍କ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ

author img

By

Published : Aug 18, 2020, 1:06 PM IST

ଆନନ୍ଦପୁର: କେନ୍ଦୁଝର ୨୦ନଂ ଜାତୀୟ ରାଜପଥ ଶାଳପଡା ସର୍ଭିସ ରୋଡରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି । ଏହି କୃତ୍ରିମ ପୋଖରୀରେ ଗାଧୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ସଂଗଠନର କିଛି କର୍ମକର୍ତ୍ତା ।

ଏହି ରାସ୍ତା ଦେଇ ପ୍ରତିଦିନ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ମାନେ ଯାତାୟାତ କରିଥାନ୍ତି। ଏହି ରାସ୍ତା ଉପରେ ପଡୋଶୀ ଯାଜପୁର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ଲୋକ ମାନେ ନିର୍ଭର କରିଥାନ୍ତି। ଜାତୀୟ ରାଜପଥ କାମ ସାରିଦେଇ କହି ଠିକା ସଂସ୍ଥା ଟୋଲ ଆଦାୟ କରିଚାଲିଛି । କିନ୍ତୁ ୨୦ ନଂ ଜାତୀୟ ରାଜପଥର ଅନେକ ସ୍ଥାନରେ ସର୍ଭିସ ରୋଡ କାମ ଅଧାପନ୍ତରିଆ ଭାବେ ରହିଥିବା ବେଳେ ଆଉ କେତେକ ସ୍ଥାନରେ ଗୋଟିଏ ପାଖ ରାସ୍ତା କାମ ସରିନି । ଯାହା ଫଳରେ ବିଭିନ୍ନ ସମୟରେ ଦୂର୍ଘଟଣା ଘଟି ଜୀବନ ହାନି ହେଉଛି।

ରାସ୍ତା ମରାମତି ନେଇ କ୍ଲବ ସଦସ୍ୟଙ୍କ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ

ବର୍ଷା ଯୋଗୁଁ ଶାଳପଡା ସର୍ଭିସରେ ହୋଇଥିବା ଖାଲରେ ଅଣ୍ଟାଏ ଲେଖାଏଁ ପାଣି ରହିଛି । ଯାହା ଫଳରେ ମେ ଆଇ ହେଲ୍ପ ୟୁ କ୍ଲବର ସଦସ୍ୟମାନେ ଏହି କୃତ୍ରିମ ପୋଖରୀ ଗାଧୋଇ ପ୍ରତିବାଦ କରିବା ସହ, ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.