କେନ୍ଦୁଝର: ପୁଣି ତେଜିଲା ମଦ ବିରୋଧୀ ଆନ୍ଦେଳନ । କେନ୍ଦୁଝର ଘଷିପୁରା ବ୍ଲକ ସାଇଁକୂଳ ଅଞ୍ଚଳରେ ଥିବା ଫାଣ୍ଡି ଠାରୁ ମାତ୍ର ୫୦୦ ମିଟର ଦୂରରେ ଚାଲୁଛି ଦେଶୀ ଦୋକାନ । ଯାହାକୁ ବନ୍ଦ କରିବାକୁ ନେଇ ସ୍ଥାନୀୟ ମହିଳାମାନେ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କୌଣସି ସୁଫଳ ନମିଳୁଥିବାରୁ ଆଗାମୀ ଦିନରେ ଆଇନକୁ ହାତକୁ ନେବାକୁ ପଛାଇବେ ନାହିଁ ବୋଲି ମହିଳାମାନେ କହିଛନ୍ତି।
ସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ଦେଉଥିବା ବେଳେ ଏପଟେ ମଦ ବିରୋଧୀ ଆନ୍ଦୋଳନ ପ୍ରତି ଗାଁରେ ତେଜୁଛି। ମଦୁଆ ମାନଙ୍କ ଯୋଗୁଁ ଗ୍ରାମବାସୀ ମାନେ ଅତିଷ୍ଠ ହେଉଥିବା ବେଳେ ସନ୍ଧ୍ୟା ହେଲେ ଖୁଲାମଖୁଲା ଚାଲିଛି ଚୋରା ଦେଶୀ ମଦ ବେପାର କାରବାର।
ଗାଁ ରେ ଅଶାନ୍ତି ଅପ୍ରୀତିକର ପରିବେଶ ସୃଷ୍ଟି କରୁଥିବାରୁ ଝିଅ ବୋହୂ ନେଇ ଚାଲିବା କଷ୍ଟକର ହେଲାଣି ତେଣୁ ବାଧ୍ୟ ହୋଇ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରୁଥିବା କହିଛନ୍ତି । ସେପଟେ ପୋଲିସ ଓ ମଦ ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ