ETV Bharat / state

ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ

ଦୁଷ୍କର୍ମ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ମହିଳା କମିଶନ । ମହିଳା କମିଶନର ଡକ୍ଟର ମିନତି ବେହେରାଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ...

ଦୁଷ୍କର୍ମ ପିଡିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ

author img

By

Published : Oct 26, 2021, 7:23 PM IST

Updated : Oct 26, 2021, 9:07 PM IST

କେନ୍ଦୁଝର: ଦୁଷ୍କର୍ମ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ମହିଳା କମିଶନ । ମହିଳା କମିଶନର ଡକ୍ଟର ମିନତି ବେହେରାଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପରିବାର ଲୋକଙ୍କୁ ଭେଟିଛନ୍ତି ମହିଳା କମିଶନ ସଦସ୍ୟା ।

ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ

ତୁରନ୍ତ ଏହି ମାମଲାର ସମାଧାନ କରି ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ପରିବାର ଲୋକ ଦାବି କରିଛନ୍ତି । କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳ ସହ ସଦର ଥାନା ଅଞ୍ଚଳରେ ମଧ୍ୟ ୫ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉଭୟ ମାମଲାର ତଦନ୍ତ ପାଇଁ ଆଜି(ମଙ୍ଗଳବାର) ମହିଳା କମିଶନର ଡକ୍ଟର ମିନତି ବେହେରାଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ କେନ୍ଦୁଝର ଗସ୍ତରେ ଆସିଛନ୍ତି ।

ଏହି ଗସ୍ତରେ ଅଧ୍ୟକ୍ଷାଙ୍କ ସହ ଜଣେ ସଭ୍ୟା, SP ବିଜୟ ବରୁଆ ଓ ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ସାମିଲ ରହିଛନ୍ତି । ଉଭୟ ଘଟଣାରେ ପରିବାର ଲୋକଙ୍କୁ ଭେଟିଛନ୍ତି ମହିଳା କମିଶନ । ପରିବାର ଲୋକେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ଦାବି କରିଛନ୍ତି । ଗ୍ରାମବାସୀ ଗତକାଲି ଏନେଇ ରାଜରାସ୍ତା ବନ୍ଦ କରି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଘଟଣାକୁ ନେଇ କେନ୍ଦୁଝର ଏସପିଙ୍କ ସହ ଆଲୋଚନା କରିବେ ମହିଳା କମିଶନ ଅଧ୍ୟକ୍ଷା । ଦୁଷ୍କର୍ମ ପୀଡ଼ିତା ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Oct 26, 2021, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.