କେନ୍ଦୁଝର: ହରିଚନ୍ଦପୁର ଥାନା ଅନ୍ତର୍ଗତ ଜାମୁଯୋଡି ପଞ୍ଚାୟତ ଗଦାଧରପୁର ଗାଁରେ ଅଭାବନୀୟ ଘଟଣା । ବ୍ରଜାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଦନାର୍ଦ୍ଦନ ମହାନ୍ତଙ୍କ ପତ୍ନୀ ଚଞ୍ଚଳା ମହାନ୍ତ(30) ।
ଖବର ଅନୁସାରେ, ଚଞ୍ଚଳା ନିଜ ଘର ପାଖ ବିଲକୁ କାମ କରିବାକୁ ଯାଇଥିଲା । ସକାଳୁ ବର୍ଷା ସହ ଘନଘନ ବିଜୁଳି ମାରିଥିଲା । ହେଲେ ବର୍ଷା ଛାଡିବା ପରେ ଚଞ୍ଚଳା ଘରୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିବାରୁ ଚଞ୍ଚଳାଙ୍କୁ ବିଲ ମଝିରେ ଅଚତେ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା ।
ଏହା ପରେ ତାଙ୍କୁ ତୁରନ୍ତ ହରିଚନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା କରିବାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଘଟଣା ବିଷୟରେ ପୋଲିସ ଖବର ପାଇଁ ମୃତଦେହକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ