ETV Bharat / state

କେଶଦୁରାପାଳ ଗାଁରେ ଜଳସଙ୍କଟ, ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା - ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ଘସିପୁରା ବ୍ଲକର କେଶଦୁରାପାଳ ଗାଁରେ ପିଇବା ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ନମିଳିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ମାନେ । ଅଧିକ ପଢନ୍ତୁ...

water problem in kendujhar keshadurapala village
କେଶଦୁରାପାଳ ଗାଁରେ ଜଳ ସଙ୍କଟ, ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା
author img

By

Published : Nov 9, 2020, 10:36 AM IST

ଆନନ୍ଦପୁର: ପିଇବା ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ଗ୍ରାମବାସୀ ମାନଙ୍କ ଦୀର୍ଘଦିନର ପାଣି ସମସ୍ୟା ଦୂର କରିବା ପାଇଁ ୧୯୯୯ ମସିହାରେ ରେମାଳ ନଦୀରୁ ପାଣି ସପ୍ଲାଏ ଦୁଇଟି ଦିଆଯାଉଥିବା ବେଳେ ତାହା ଠିକରେ କାମ କରୁନି । ୬ ମାସ ହେବ ଲୋକ ମାନେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ନମିଳିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ମାନେ । ଏପରି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦୁଝର ଜିଲା ଘସିପୁରା ବ୍ଲକର କେଶଦୁରାପାଳ ଗାଁରେ ।

କେଶଦୁରାପାଳ ଗାଁରେ ଜଳ ସଙ୍କଟ, ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ପାଣି ଟିକେ ପାଇଁ ଖରାରେ ଚାଲିଚାଲି ଗୋଟିଏ କିମି ଯାଉଛନ୍ତି ନଦୀକୁ । ଏପରିକି ଗାଁରେ ବାସ କରୁଥିବା ୫୦୦ ପରିବାର ନଦୀ ପାଣି ପିଇ ନାନା ରୋଗରେ ପଡ଼ୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳା ମାନେ । ସମସ୍ୟା ସମ୍ପର୍କରେ ପୂର୍ବରୁ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅବଗତ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ଜଣାଯାଇଛି । ଅଧିକାରୀ ମାନେ ସରପଞ୍ଚ ଦାୟିତ୍ବ ବୋଲି କହି ଚୁପ ବସିଯାଇଥିବା ବେଳେ ସରପଞ୍ଚ ମଧ୍ୟ ଗୁରୁତ୍ବ ଦେଉନାହାଁନ୍ତି । ଫଳରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଯଦି ଆଗାମି ଦିନରେ ସମସ୍ୟାର ସମାଧାନ କରାନଯାଏ ବ୍ଲକ ଅଫିସ ଘେରାଉ କରିବେ ବୋଲି କହିଛନ୍ତି ମହିଳାମାନେ । ସ୍ବଚ୍ଛ ପିଇବା ପାଣି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବାହାବାହା ନେଉଥିବା ବେଳେ ତୁରନ୍ତ ପ୍ରଶାସନ ଏନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.