କେନ୍ଦୁଝର: କୋରୋନା ପାଇଁ ସାରା ଦେଶ ଲକ୍ଡାଉନ୍ ଥିବାବେଳେ ଦିନ ମଜୁରିଆ, ଖଟିଖିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଘରେ ଚୁଲି ଜଳୁନାହିଁ । ଏହି ଗରିବ ଦିନ ମଜୁରିଆଙ୍କ ଘରେ ଖାଦ୍ୟ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ପାଟଣା ଅଞ୍ଚଳର କିଛି ସ୍ବେଚ୍ଛାସେବୀ ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ସୁରକ୍ଷା କମିଟି ତରଫରୁ ବଡ଼ପାଟଣା ପଞ୍ଚାୟତ ସ୍ବାମ ମୁଣ୍ଡା ସାହି ଓ ମଙ୍ଗଳପୁର ମୁଣ୍ଡା ସାହିରେ ରବିବାର ୧୦୦ ରୁ ଊର୍ଦ୍ଧ୍ବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟା ଯାଇଥିଲା । ଏହି ସଂଗଠନର ଯୁବକମାନେ ସାମାଜିକ ଦୂରତ୍ବ ବଜାଇ ରଖି ଘରକୁ ଘର ବୁଲି ରନ୍ଧା ଖାଦ୍ୟ ବାଣ୍ଟିବା ସହ ଘରେ ରହିବାକୁ ଲୋକଙ୍କୁ ସଚେତନ କରିଥିଲେ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପାଟଣା ଥାନାଧିକାରୀ ସଂଧ୍ୟାରଣୀ ଜେନା ଶୁଭାରମ୍ଭ କରି ସୁରକ୍ଷା କମିଟିର ସଦସ୍ୟଙ୍କ ସହ ମିଶି ରନ୍ଧା ଖାଦ୍ୟ ବାଣ୍ଟିଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ