ETV Bharat / state

ବଳିଦାନ ଦିବସ ପାଳିଲା ବିଶ୍ୱହିନ୍ଦୁ ପରିଷଦ - ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ

ଆଜିର ଏହି ପବିତ୍ର ଦିନ ଜନ୍ମାଷ୍ଟମୀରେ କନ୍ଧମାଳ ସ୍ଥିତ ଚକାପଦା ଆଶ୍ରମ ପରିସରରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ତାଙ୍କୁ ମନେ ପକାଇବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବଲିଦାନ ଦିବସ ପାଳିତ । ଅଧିକ ପଢନ୍ତୁ

SWAMI LAXMANANANDA SARASWATI BALIDAN DIBAS CELEBRATE  VISWA HINDU PARISHAD IN KEONJHAR
ବଳିଦାନ ଦିବସ ପାଳିଲା ବିଶ୍ବହିନ୍ଦୁ ପରିଷଦ
author img

By

Published : Aug 18, 2022, 10:57 PM IST

କେନ୍ଦୁଝର: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବଳିଦାନ ଦିବସ ପାଳିତ । ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଆଜିର ଦିନରେ ପ୍ରଭୁ ଶ୍ରୀ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଏନେଇ ଆଜିର ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର । ଆଜିର ଏହି ପବିତ୍ର ଦିନରେ କନ୍ଧମାଳ ସ୍ଥିତ ଚକାପଦା ଆଶ୍ରମ ପରିସରରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଧରିବାରେ ଅସଫଳ ହୋଇଛି ।

ବଳିଦାନ ଦିବସ ପାଳିଲା ବିଶ୍ବହିନ୍ଦୁ ପରିଷଦ

ତେବେ ଏହି ଦିବସକୁ ମନେ ପକେଇବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବଳିଦାନ ଦିବସ ରୂପେ ପାଳନ କରାଯାଉଛି । ଏହା ସହ ଆଜି ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଶାଖା ପକ୍ଷରୁ ପ୍ରତିଷ୍ଠା ଦିବସ ସହ ବଳିଦାନ ଦିବସ ପାଳନ କରାଯାଇଛି । ଏନେଇ ସ୍ଥାନୀୟ ରାମ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଶୋଭାଯାତ୍ରା ସହର ପରିକ୍ରମା ପରେ ପରିଷଦ ପକ୍ଷରୁ ଶିଶୁ ବିଦ୍ୟା ମନ୍ଦିରରେ ସାଧାରଣ ସଭା ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.