ETV Bharat / state

ଏଏନଏମ୍ ସାକ୍ଷାତକାର ବେଳେ ସାମାଜିକ ଦୂରତା ଭୁଲିଗଲେ ଶିକ୍ଷିତ ପ୍ରାର୍ଥୀ - Violation of socia.l distance rule

ମୁର୍ଖାମୀର ସୀମା ପାର ପରି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ । ଚୁକ୍ତିଭିତ୍ତିକ ୮୯ ଟି ଏଏନଏମ୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ଯାହାର ସାକ୍ଷାତକାର ପାଇଁ ମଙ୍ଗଳବାର ଯୋଗ୍ୟ ପ୍ରାର୍ଥୀଙ୍କୁ ଡକାଇଥିଲେ ସିଡିଏମଓ ।

ଏଏନଏମ୍ ସାକ୍ଷାତକାର ବେଳେ ସାମାଜିକ ଦୂରତା ଭୁଲିଗଲେ ଶିକ୍ଷିତ ପ୍ରାର୍ଥୀ

author img

By

Published : Jul 28, 2020, 8:14 PM IST

Updated : Jul 28, 2020, 9:10 PM IST

କେନ୍ଦୁଝର: ଚୁଲିକୁ ଗଲା ସାମାଜିତ ଦୂରତା ନିୟମ । ସାକ୍ଷାତକାର ପାଇଁ ସାହାଣ ମେଳା । କୋରୋନା କଟକଣାକୁ ଫୁ କରି ଉଦାଇ ଦେଲେ । ଘଟଣା ସ୍ଥଳରେ ବି ଉପସ୍ଥିତ ଥିଲେ ପୋଲିସ, ହେଲେ ଚୁପ । ପ୍ରଶାସନ ସବୁ ଜାଣି ଯେମିତି ଆଖି ବୁଜି ଦେଇଛି । ମୁର୍ଖାମୀର ସୀମା ପାର ପରି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଏଏନଏମ୍ ପଦ ପାଇଁ ସାକ୍ଷାତକାର ବେଳେ ଚୁଲିକୁ ଗଲା ସାମାଜିକ ଦୂରତା ନିୟମ

ଚୁକ୍ତିଭିତ୍ତିକ ୮୯ ଟି ଏଏନଏମ୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ଯାହାର ସାକ୍ଷାତକାର ପାଇଁ ମଙ୍ଗଳବାର ଯୋଗ୍ୟ ପ୍ରାର୍ଥୀଙ୍କୁ ଡକାଇଥିଲେ ସିଡିଏମଓ । ସାକ୍ଷାତକାର ପାଇଁ ଶହ ଶହ ସଂଖ୍ୟାରେ ଆବେଦନକାରୀ ଆସି ପହଞ୍ଚିଗଲେ । ପୁଳା ପୁଳା ହୋଇ ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସରେ ଗଦା ହୋଇଗଲେ । ହେଲେ ଭୁଲିଗଲେ ସାମାଜିକ ଦୂରତାର ନିୟମ । ଯେଉଁ କୋରୋନା ମହାମାରୀ ପାଇଁ ଏହି ଚୁକ୍ତି ଭିତ୍ତିକ ନିଯୁକ୍ତି, ସେହି ମହାମାରୀ ଭୟକୁ ଯେମିତି ହେୟ ଜ୍ଞାନ କରି ପକାଇଲେ । ଆଉ ଚୁପ ବସିଥିଲା ପୋଲିସ ।

ଅନ୍ୟପଟେ ଅନଲାଇନ ଚୟନ ପ୍ରକ୍ରିୟାର ସବୁ ବ୍ୟବସ୍ଥା ଥିଲେ ମଧ୍ୟ ନିୟମକୁ ଉଲଂଘନ କରି ସିଡିଏମ୍ଓ ଏପରି କାହିଁକି କଲେ । ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jul 28, 2020, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.