ETV Bharat / state

ରାସ୍ତା ଖରାପକୁ ନେଇ ଗ୍ରାମବାସୀଙ୍କ ପ୍ରତିବାଦ

author img

By

Published : Mar 12, 2021, 1:19 PM IST

ରାସ୍ତାରେ କେନ୍ଦୁଝରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ରାସ୍ତାର ଖରାପ ଅବସ୍ଥାକୁ ନେଇ ରାଗିଲେ ଜନସାଧାରଣ । ଅଧିକ ପଢନ୍ତୁ...

ରାସ୍ତା ଖରାପକୁ ନେଇ  ଗ୍ରାମବାସୀଙ୍କ ପ୍ରତିବାଦ
ରାସ୍ତା ଖରାପକୁ ନେଇ ଗ୍ରାମବାସୀଙ୍କ ପ୍ରତିବାଦ

କେନ୍ଦୁଝର: ସହର ନିକଟସ୍ଥ କବିତ୍ରା ଗ୍ରାମ ନିକଟରେ ଜାତୀୟ ରାଜପଥ ୪୯ ଉପରେ ବାଇପାସ ନିର୍ମାଣ କାର୍ଯ୍ୟ ଦୀର୍ଘ ୩ ବର୍ଷ ଧରି ଚାଲୁଅଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ଏନଏଚଆଇ ପକ୍ଷରୁ ବାଇପାସ କଡରେ ଏକ ଆପ୍ରୋଚ ରୋଡ ନିର୍ମାଣ କରାଯାଇଥିଲା । ଉକ୍ତ ଆପ୍ରୋଚ ରୋଡ ଦେଇ ପାଞ୍ଚରୁ ଉର୍ଦ୍ଧ୍ବ ପଞ୍ଚାୟତର ଗ୍ରାମବାସୀ ନିର୍ଭର କରିଥାନ୍ତି । ହେଲେ ଉକ୍ତ ଆପ୍ରୋଚ ରୋଡ ନଷ୍ଟ ହୋଇଯିବାରୁ ସାଧାରଣ ଲୋକ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାସ୍ତା ଖରାପକୁ ନେଇ ଗ୍ରାମବାସୀଙ୍କ ପ୍ରତିବାଦ

ଏନେଇ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏହି ରାସ୍ତା ନିର୍ମାଣ ପାଇଁ ଆଜି ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଉକ୍ତ ବାଇପାସ କାର୍ଯ୍ୟ କରୁଥିବା ମନ୍ତେକାର୍ଲ କମ୍ପାନୀର ଗାଡି ଗୁଡିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ କରାନଯାଉଛି ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.