ETV Bharat / state

ସ୍କୁଲରେ ତାଲା, ପଞ୍ଚାୟତ ଗୃହରେ ପାଠ ପଢ଼ୁଛନ୍ତି ପିଲା

ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ୪ ଦିନ ହେବ ଝୁମ୍ପୁରା ବ୍ଲକ ବଡ଼ନେଉଳି ଉଚ୍ଚ ବିଦ୍ୟାଳୟରେ ତାଲା । ସ୍କୁଲ ସମୁଖରେ ୧୦ ଟାରୁ ୪ ପର୍ଯ୍ୟନ୍ତ ବସି ବସି ଘରକୁ ଯାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

author img

By

Published : Aug 8, 2019, 4:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଝୁମ୍ପୁରା ବ୍ଲକ ବଡ଼ନେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ୪ ଦିନ ହେବ ସ୍କୁଲ ଫାଟକରେ ଝୁଲୁଛି ତାଲା । ବର୍ଷା ଯୋଗୁଁ ପଞ୍ଚାୟତରେ ଚାଲିଛି ପାଠପଢା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସ୍କୁଲରେ ବ୍ୟାପକ ଅନିୟମିତତା, ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯିବା ସହିତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ହେନାରାଣୀ ସ୍ୱାଇଁ ଅଭିଭାବକମାନଙ୍କୁ ଦୁର୍ବ୍ୟବହାର କରୁଥିବା ପ୍ରତିବାଦ କରିଥିଲେ ଜନସଧାରଣ । ଗତ ଶନିବାର ଦିନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବି କରି ସ୍କୁଲ ମୁଖ୍ୟ ଫାଟକ ସହିତ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଲୋକେ ପ୍ରତିବାଦ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ଆଜକୁ ୪ ଦିନ ହେଲା ସ୍କୁଲରେ ତାଲା ପଡିଛି ।

ଅନ୍ୟପକ୍ଷେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍କୁଲ ସମୁଖରେ ୧୦ଟାରୁ ୪ ପର୍ଯ୍ୟନ୍ତ ବସି ବସି ଘରକୁ ଯାଉଛନ୍ତି । ସେପଟେ ପିଲାମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିନା ପଞ୍ଚାୟତ ଗୃହରେ ପାଠପଢ଼ି ଫେରୁଛନ୍ତି । ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି ହେଉଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହେଇ ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:
ସ୍ଲଗ- ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ୪ ଦିନ ହେଲା ସ୍କୁଲ ରେ ତାଲା ପଞ୍ଚାୟତ ଘରେ ଚାଲିଛି ଛାତ୍ରଛାତ୍ରୀ ଙ୍କ ପାଠ ପଢାBody:

ଆଙ୍କର - କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବଡ଼ନେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଙ୍କ ବଦଳି ଦାବିରେ ୪ ଦିନ ହେବ ସ୍କୁଲ ଫାଟକ ରେ ଝୁଲୁଛି ତାଲା। ବର୍ଷା ଯୋଗୁଁ ପଞ୍ଚାୟତ ରେ ଚାଲୁଅଛି ପାଠ ପଢା । ସ୍କୁଲରେ ବ୍ୟାପକ ଅନିୟମିତତା,ଛାତ୍ରଛାତ୍ରୀ ଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯିବା ସହିତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ହେନାରାଣୀ ସ୍ୱାଇଁ ଅଭିଭାବକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ପ୍ରତିବାଦ କରି ଗତ ଶନିବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି ଦାବି କରି ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇ ପ୍ରତିବାଦ କରିଥିଲେ ।କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜକୁ ୪ ଦିନ ହେଲା ସ୍କୁଲରେ ତାଲା ପଡିଛି। ସେପଟେ ସ୍କୁଲ ର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ସମୁଖରେ ୧୦ ଟାରୁ ୪ ପର୍ଯ୍ୟନ୍ତ ବସି ବସି ଘରକୁ ଯାଉଛନ୍ତି। ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ଶ୍ରୁଷ୍ଟି ନହେବା ପାଇଁ ଗ୍ରାମବାସୀ ପଞ୍ଚାୟତ ଗୃହରେ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଉଛନ୍ତି । ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଖୁବ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି ହେଉଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ହେଇ ପାରିନାହିଁ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.