ETV Bharat / state

ମାଟି ଫିଲିଂ ନେଇ ଅର୍ଥ ହେରଫେର ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

author img

By

Published : Aug 6, 2020, 9:42 PM IST

ଗତ ୨୦୧୮ ମସିହାରେ ଚମ୍ପୁଆ ସବ୍ ଜେଲ୍ ସମ୍ମୁଖରେ ଥିବା ଏକ ଖାଲୁଆ ସ୍ଥାନକୁ ମାଟି ଓ ବାଲି ଫିଲିଂ କରାଯିବା ନାଁରେ ଖର୍ଚ୍ଚ କରାଯାଇଥିବା ୪ ଲକ୍ଷ ୫୫ ହଜାର ୧୮୦ ଟଙ୍କାର ହିସାବ ସୂଚନା ଅଧିକାର ଆଇନ୍ ବଳରେ ସବିଶେଷ ତଥ୍ୟ ପାଇବା ପରେ ଚମ୍ପୁଆର କଂଗ୍ରେସ ନେତା ଗୁରୁବକ୍ସ ସିଂ ଆହ୍ଲୁୱାଲିଆ ଗତ ମେ ମାସ ୨୬ ତାରିଖରେ ଭିଜିଲାନ୍ସକୁ ଚିଠି ଲେଖିଥିଲେ ।

ମାଟି ଫିଲିଂ ନେଇ ଅର୍ଥ ହେରଫେର ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ
ମାଟି ଫିଲିଂ ନେଇ ଅର୍ଥ ହେରଫେର ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କେନ୍ଦୁଝର: ଜିଲ୍ଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି (ଆରଏମସି)ର ଟେଣ୍ଡରରେ ଚଞ୍ଚକତା କରାଯାଇ ୪ ଲକ୍ଷ ୫୫ ହଜାର ଟଙ୍କା ଅର୍ଥ ହେର୍‌ଫେର୍‌ ଅଭିଯୋଗ ପରେ ଆଜି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗତ ୨୦୧୮ ମସିହାରେ ଚମ୍ପୁଆ ସବ୍ ଜେଲ୍ ସମ୍ମୁଖରେ ଥିବା ଏକ ଖାଲୁଆ ସ୍ଥାନକୁ ମାଟି ଓ ବାଲି ଫିଲିଂ କରାଯିବା ନାଁରେ ଖର୍ଚ୍ଚ କରାଯାଇଥିବା ୪ ଲକ୍ଷ ୫୫ ହଜାର ୧୮୦ ଟଙ୍କାର ହିସାବ ସୂଚନା ଅଧିକାର ଆଇନ୍ ବଳରେ ସବିଶେଷ ତଥ୍ୟ ପାଇବା ପରେ ଚମ୍ପୁଆର କଂଗ୍ରେସ ନେତା ଗୁରୁବକ୍ସ ସିଂ ଆହ୍ଲୁୱାଲିଆ ଗତ ମେ ମାସ ୨୬ ତାରିଖରେ ଭିଜିଲାନ୍ସକୁ ଚିଠି ଲେଖିଥିଲେ ।

ତତ୍କାଳୀନ ଚମ୍ପୁଆ ଉପଜିଲ୍ଲାପାଳ ତଥା ଚମ୍ପୁଆ ଆରଏମସିର ଅଧ୍ୟକ୍ଷା ସୁଶ୍ରୀ ପାରୁଲ ପଟ୍ଟୱାରୀ ଓ ସଂପାଦକ ସପନ କୁମାର ସାହୁ କ୍ଷମତା ପ୍ରୟୋଗ କରି ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ୍ତ ସେଠ୍‌ଙ୍କ ନେତୃତ୍ୱରେ ଆଜି ଏକ ଟିମ୍ ଚମ୍ପୁଆରେ ପହଁଚି ତଦନ୍ତ ଆରମ୍ଭ କରିଛି । ଚମ୍ପୁଆ ସବଜେଲ୍ ସମ୍ମୁଖରେ ଫିଲିଂ କରାଯାଇଥିବା ମାଟି ଖୋଳାଯାଇ ଯାଞ୍ଚ କରାଯାଇଛି । ସେହିପରି ଭିଜିଲାନ୍ସ ଟିମ୍ ଆରଏମସି କାର୍ଯ୍ୟାଳୟକୁ ଯାଇ ସମ୍ବନ୍ଧିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ଏ ସଂପର୍କରେ କୌଣସି ଅଧିକାରୀଙ୍କ ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.