ETV Bharat / state

ପିଚୁ ବୋଝେଇ ଟ୍ରକରେ ନିଆଁ, ଲୋକେ ଆତଙ୍କିତ

author img

By

Published : Mar 13, 2020, 7:58 PM IST

ଓଭର ବ୍ରିଜ ଉପରେ କେନ୍ଦୁଝର ଆଡୁ ଚମ୍ପୁଆ ଅଭିମୁଖେ ଯାଉଥିବା ଏକ ପିଚୁ ବୋଝେଇ ଟ୍ରକରେ କୌଣସି କାରଣରୁ ରାସ୍ତା ଉପରେ ନିଆଁ ଲାଗିଯାଇଥିଲା । ଅଧିକ ପଢନ୍ତୁ....

ପିଚୁ ବୋଝେଇ ଟ୍ରକରେ ନିଆଁ, ଲୋକେ ଆତଙ୍କିତ
ପିଚୁ ବୋଝେଇ ଟ୍ରକରେ ନିଆଁ, ଲୋକେ ଆତଙ୍କିତ

କେନ୍ଦୁଝର: ପିଚୁ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥ ଘଟିଛି ଏହି ଅଘଟଣ ।

ପିଚୁ ବୋଝେଇ ଟ୍ରକରେ ନିଆଁ, ଲୋକେ ଆତଙ୍କିତ

ଓଭରବ୍ରିଜ ଉପରେ କେନ୍ଦୁଝର ଆଡୁ ଚମ୍ପୁଆ ଅଭିମୁଖେ ଯାଉଥିବା ଏକ ପିଚୁ ବୋଝେଇ ଟ୍ରକରେ କୌଣସି କାରଣରୁ ରାସ୍ତା ଉପରେ ନିଆଁ ଲାଗିଯାଇଥିଲା । ତେଲ ଟ୍ୟାଙ୍କରରେ ନିଆଁ ଲାଗିଥିବା ଭାବି ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ତେବେ ଏନେଇ ରାସ୍ତାରେ କିଛି ସମୟ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ଖବର ପାଇ ସଦର ପୋଲିସ ଓ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗାଡି ଚଳାଚଳକୁ ସ୍ବାଭାବିକ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.