କେନ୍ଦୁଝର: ବହୁ ଦିନର ପ୍ରତୀକ୍ଷା ପରେ କୋଭିଡ ଟୀକା ଲୋକଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଛି । ଓଡିିଶାରେ ମଙ୍ଗଳବାର କୋରୋନା ଟିକା ପହଞ୍ଚିବା ପରେ ଏବେ ଜିଲ୍ଲାଗୁଡିକରେ ଟିକା ପହଞ୍ଚାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦୁଝରରେ କୋରାେନା ଟିକା ଅଣିବାକୁ ବୁଧବାର ଭ୍ୟାକ୍ସିନ ଗାଡି ଭୁବନେଶ୍ବର ଅଭିମୁଖେ ବାହାରିଛି ।
ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରରେ 12509ଜଣ କୋଭିଡ ଯୋଦ୍ଧାଙ୍କୁ ଏହି ଟିକାକରଣରେ ସାମିଲ କରିବାକୁ ପଞ୍ଜିକରଣ କରାଯାଇଛି । ଟିକା ସଂଗ୍ରହ ପାଇଁ ଆଜି(ବୁଧବାର) ଏକ ସ୍ୱତନ୍ତ୍ର ଗାଡି ପୂର୍ଣ୍ଣ ପୋଲିସ ସୁରକ୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି । ଆସୁଥିବା ଟିକାକୁ ସଂରକ୍ଷିତ କରି ରଖିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏହି ଟୀକାକରଣ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଆନନ୍ଦପୁର,ଭଣ୍ଡା ସିଏଚସି, ପଦ୍ମପୁର ସିଏଚସି, ହରିଚନ୍ଦନପୁର ସିଏଚସିରେ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ 25000ରୁ ଉର୍ଦ୍ଧ୍ୱ ଟିକା ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସନ୍ତା 16 ତାରିଖରୁ 6ଟି ସେଣ୍ଟରରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ