ETV Bharat / state

ଟୀକାକରଣ ବନ୍ଦ ନେଇ ସହରବାସୀଙ୍କ ବିକ୍ଷୋଭ ପ୍ରର୍ଦଶନ - covid

କେନ୍ଦୁଝର ଜିଲ୍ଲାରେ ଦୁଇଟି ଟୀକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ବନ୍ଦ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଟୀକାକରଣ ବନ୍ଦ ନେଇ ସହରବାସୀଙ୍କ ବିକ୍ଷୋଭ ପ୍ରର୍ଦଶନ
ସହରବାସୀଙ୍କ ବିକ୍ଷୋଭ ପ୍ରର୍ଦଶନ
author img

By

Published : May 19, 2021, 1:33 PM IST

କେନ୍ଦୁଝର: ଦିନକୁ ଦିନ କୋରୋନାର ଦ୍ୱିତୀୟ ଲହର ତାର କାୟା ବିସ୍ତାର କରିଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ଟୀକାକରଣ ହିଁ ପ୍ରମୁଖ ଅସ୍ତ୍ର ସାଜିଛି । ଲୋକଙ୍କୁ କୋରୋନା ମୁକ୍ତ କରିବାରୁ ସାରା ଦେଶରେ ଜାରି ରହିଛି ଟୀକାକରଣ । କେନ୍ଦୁଝର ଜିଲ୍ଲାରେ ଦୁଇଟି ଟୀକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ବନ୍ଦ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଟୀକାକରଣ ବନ୍ଦ ନେଇ ସହରବାସୀଙ୍କ ବିକ୍ଷୋଭ ପ୍ରର୍ଦଶନ

ଗାଁରୁ ସହର ପ୍ରଥମେ କୋଭିଡ଼ ଯୋଦ୍ଧା ଓ ପରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଚଳାଇଛନ୍ତି ସରକାର । କେନ୍ଦୁଝର ସହରରେ ମଧ୍ୟ ଏହି ଟୀକାକରଣ ନେଇ ପ୍ରଶାସନ ପକ୍ଷରୁ ଦୁଇଟି କେନ୍ଦ୍ର ଗଠନ କରାଯାଇଛି । ଦୁଇଟି କେନ୍ଦ୍ରରେ କେତେ ପରିମାଣର ଟିକା ଦିଆଯିବ ତାର ପୂର୍ବଦିନ ଜିଲ୍ଲା ପ୍ରଶାସନର ସାମାଜିକ ଗଣମାଧ୍ୟମ ପେଜରେ ଜଣାଇ ଦେଇଛି । ହେଲେ ଆଜି(ବୁଧବାର) ଦୁଇଟି କେନ୍ଦ୍ରରେ ଟୀକାକରଣ ନଥିବା ପରେ ବି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏହି କେନ୍ଦ୍ର ଦୁଇଟିରେ ଟୀକାକରଣ ବନ୍ଦ ନେଇ ନୋଟିସ ମରାଯାଇ ପ୍ରଶାସନ ପକ୍ଷରୁ ଦାୟିତ୍ବ ସାରି ଦିଆଯାଇଥିଲା । ଲୋକଙ୍କୁ ଟୀକାକରଣ ବନ୍ଦ ଥିବା ନେଇ କୌଣସି ସୂଚନା ନଥିବା ଅଭିଯୋଗ କରିଛନ୍ତି ସହରବାସୀ ।

ଫଳରେ ସହରବାସୀ ଦୀର୍ଘ ସମୟ ଅପେକ୍ଷା ପରେ ଟୀକାକରଣ ନ ହେବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ପରେ ଶତାଧିକ ସହରବାସୀ ଏହାପରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଜିଲ୍ଲାପାଳ ଆଶିଷ ଠାକରେ ବାସଭବନରୁ ବାହାରକୁ ଆସି ଲୋକଙ୍କୁ ବୁଝାଇବା ପରେ ଲୋକେ ବିକ୍ଷୋଭରୁ ଓହରିଥିଲେ । ଟୀକାକରଣ ପୂର୍ବରୁ ସୂଚନା ଠିକ ଭାବେ ପ୍ରଚାର କରିବା ପାଇଁ ସହରବାସୀ ଦାବି କରିଛନ୍ତି । ଏହା ସହିତ ଜିଲ୍ଲାରେ ଟୀକାକରଣ ନେଇ ଏକ 24ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ସହରବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.