ETV Bharat / state

Covid Vaccination: ଟିକା ନେଲେ କେନ୍ଦୁଝରର କିଶୋର କିଶୋରୀ - 15-18 ବର୍ଷ ବୟସ୍କଙ୍କୁ ଟିକା

ଆଜିଠୁ ଦେଶର ସମସ୍ତ 15-18 ବର୍ଷ ବୟସ୍କର କିଶୋର-କିଶୋରୀ ନେବେ ଟିକା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଜିକରଣ କରିଥିବା ପିଲାଙ୍କୁ ଆଜି ଟିକା ଦିଆଯାଉଛି । ଏପଟେ କେନ୍ଦୁଝରରେ ମଧ୍ୟ ଟୀକାକରଣ(Covid Vaccination) ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

Covid Vaccination: ଟିକା ନେଲେ କେନ୍ଦୁଝରର କିଶୋର କିଶୋରୀ

author img

By

Published : Jan 3, 2022, 12:49 PM IST

କେନ୍ଦୁଝର: ଦେଶରେ ଜାରି ରହିଛି କୋରୋନା(corona) ବିରୋଧି ଲଢେଇ । ଏହା ମଧ୍ୟରେ ଆଜିଠୁ ଦେଶର ସମସ୍ତ 15-18 ବର୍ଷ ବୟସ୍କର କିଶୋର-କିଶୋରୀ(teenager ) ନେବେ ଟିକା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଜିକରଣ କରିଥିବା ପିଲାଙ୍କୁ ଆଜି ଟିକା ଦିଆଯାଉଛି । ଏପଟେ କେନ୍ଦୁଝରରେ ମଧ୍ୟ ଟୀକାକରଣ(Covid Vaccination) ଆରମ୍ଭ ହୋଇଯାଇଛି । ଏହି ବୟସ ବର୍ଗଙ୍କୁ ଭାରତ ବାୟୋଟେକ(bharat Biotech) ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଥିବା ଜଣାଯାଇଛି। ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ କିଶୋରଙ୍କୁ ଟୀକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି ।

Covid Vaccination: ଟିକା ନେଲେ କେନ୍ଦୁଝରର କିଶୋର କିଶୋରୀ

କୋରୋନା ଟିକାର ପ୍ରଥମ ଡୋଜ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ ନେବେ । ତେବେ ଟୀକାକରଣ ନେଇ ଜାନୁଆରୀ ୧ରୁ COWINରେ ଆରମ୍ଭ ହୋଇଥିଲା ପଞ୍ଜିକରଣ । ନିଜର ପରିଚୟ ପତ୍ର ଦେଖାଇ ପଞ୍ଜିକରଣ କରିଥିଲେ ହିତାଧିକାରୀ । ଗତକାଲି ସୁଦ୍ଧା(ରବିବାର) ଦେଶରେ ମୋଟ ୬ଲକ୍ଷ କିଶୋର-କିଶୋରୀ ଟୀକାକରଣ ନେଇ ପଞ୍ଜିକରଣ କରିଥିବା ଦର୍ଶାଯାଇଛି । ଟୀକାକରଣ ପୂର୍ବରୁ ଗତକାଲି ରାଜ୍ୟମାନଙ୍କର ସ୍ଥିତି ସମୀକ୍ଷା କରିବା ସହ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଏପଟେ କେନ୍ଦୁଝର ଜିଲ୍ଲାରେ ଟୀକାକରଣ ପାଇଁ ୭୦ ଟି ସେଣ୍ଟର କରାଯାଇଥିଲା ବେଳେ ପ୍ରଥମ ଦିନରେ ୧୮୯୩୦ ଜଣଙ୍କୁ ଟିକା ଦିଆଯିବ । ଆଜି କେନ୍ଦୁଝର ସହରର ପୌରପାଳିକା କଲ୍ୟାଣ ମଣ୍ଡପରେ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଇଛି । ଏନେଇ କିଶୋର କିଶୋରୀଙ୍କ ମନରେ ଦେଖାଦେଇଛି ଉତ୍ସାହ । ସମସ୍ତ ଟୀକାକରଣ ସେଣ୍ଟରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ସିଡିଏମଓ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ଚଳିତ ମାସ ୨୫ ତାରିଖରେ ରାଷ୍ଟ୍ରକୁ ସମ୍ବୋଧିତ କରି ଜାନୁଆରୀ 3 ରୁ ଛାତ୍ରଛାତ୍ରୀ ତଥା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଘୋଷଣା କରିବା ସହ ଫ୍ରଣ୍ଟଲାଇନ ଓ୍ବାର୍କର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.