ETV Bharat / state

ଅଜଣା ରୋଗ ନେଉଛି ଜୀବନ, ଗାଁରେ ପହଞ୍ଚିଲେ ମେଡିକାଲ ସହ ପ୍ରଶାସନିକ ଟିମ - ଗାଁରେ ପହଞ୍ଚିଲା ମେଡିକାଲ ଟିମ

ଅଶିକ୍ଷିତ ଏହି ଲୋକ ମାନେ ମୃତ୍ୟୁର କାରଣବି ଜାଣି ପାରୁନାହାନ୍ତି । ଏପରିକି ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବାବେଳେ ଏବେ ସେମାନଙ୍କ ଆଉ ୪ ଟି କୋମଳମତି ନାବାଳିକା ଅନାଥ ହୋଇ ଗଣ୍ଡେ ଖାଇବାକୁ ଡହକ ବିକଳ ହେଉଛନ୍ତି । ଗାଁରେ ପହଞ୍ଚିଛି ମେଲିକାଲ ଟିମ ।

ଅଜଣା ରୋଗ ନେଉଛି ଜୀବନ, ଗାଁରେ ପହଞ୍ଚିଲେ  ମେଡିକାଲ ସହ ପ୍ରଶାସନିକ ଟିମ

author img

By ETV Bharat Odisha Team

Published : Oct 20, 2023, 9:43 PM IST

ଅଜଣା ରୋଗ ନେଉଛି ଜୀବନ, ଗାଁରେ ପହଞ୍ଚିଲେ ମେଡିକାଲ ସହ ପ୍ରଶାସନିକ ଟିମ

କେନ୍ଦୁଝର: ଅଜଣା ରୋଗ ନେଉଛି ଜୀବନ । ଗାଁରେ ପହଞ୍ଚିଲେ ମେଡିକାଲ ଟିମ ସହ ପ୍ରଶାସନ ଟିମ । ଗୋଟିଏ ନୁହେଁ କି ୨ଟି ନୁହଁ । ମାସକ ମଧ୍ୟରେ ଚାଲିଗଲାଣି ୧୦ରୁ ଊର୍ଦ୍ଧ୍ବ ଜୀବନ । ଅଜଣା ରୋଗ ସାଜିଛି ଏମାନଙ୍କ ପାଇଁ କାଳ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ । କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଜୁଆଙ୍ଗ ପରିବାର । ଵଣଜଙ୍ଗଲ ଉପରେ ନିର୍ଭର କରି ଏମାନେ ବେଶ ଆରାମରେ ଜୀବନ ବିତାଇଥାନ୍ତି । କିନ୍ତୁ ଗତ ଏକ ମାସରୁ ଊର୍ଦ୍ଧ୍ବ ହେବ ଏମାନଙ୍କ ଉପରେ ଦାଉ ସାଧୁଛି ଅଜଣା ରୋଗ ।

ଏଥିରେ ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ଗ୍ରାମରେ ଦଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ମୃତ୍ୟୁ ବରଣ କଲେଣି । ଅଶିକ୍ଷିତ ଏହି ଲୋକ ମାନେ ମୃତ୍ୟୁର କାରଣବି ଜାଣି ପାରୁନାହାନ୍ତି । ଏପରିକି ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବାବେଳେ ଏବେ ସେମାନଙ୍କ ଆଉ ୪ଟି କୋମଳମତି ନାବାଳିକା ଅନାଥ ହୋଇ ଗଣ୍ଡେ ଖାଇବାକୁ ଡହକ ବିକଳ ହେଉଛନ୍ତି । ଏବେବି ଗ୍ରାମରେ ଆହୁରି ୧୦ ରୁ ୧୫ ଜଣ ଏପରି ରୋଗରେ ପୀଡିତ ଅଛନ୍ତି । ଏପରିକି ବହୁଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବା ବେଳେ, ଶରୀର ପରିକ୍ଷା ପରେ ଦେହ ଠିକ ଅଛି କହି ଡାକ୍ତର ସେମାନଙ୍କୁ ଫେରେଇ ଦେଇଥିବା ବେଳେ ଘରେ ଆସି ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାଖରେ ପଇସା ନଥିବାରୁ ସେମାନେ ଅଧିକ ଚିକିତ୍ସା ପାଇଁ ବାହାରକୁ ଯାଇପାରୁ ନଥିବା ବେଳେ ଭାଗ୍ୟକୁ ଆଦରି ଡରି ଡରି ଗାଁରେ ପଡି ରହୁଛନ୍ତି । ଜୁଆଙ୍ଗଙ୍କ ଉନ୍ନୟନ ପାଇଁ ସରକାର ବେଶ ତତ୍ପର ଥିବା ବେଳେ ପ୍ରଶାସନ ଅଜଣା ରୋଗକୁ ନେଇ କାହା ପାଖରେ ଖବର ନଥିଲା । କିନ୍ତୁ ସାମାଜିକ ଗଣମାଧ୍ୟମରେ ଖବର ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ।

ଅଧିକ ପଢନ୍ତୁ- ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ

ଗାଁରେ ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଗାଁରେ ମୃତ୍ୟୁ ହେଉଛି ଏକ ମେଡିକାଲ ଟିମ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରୁ ଯାଇ ଗ୍ରାମବାସୀ ମାନଙ୍କ ଠାରୁ ରକ୍ତ ପରୀକ୍ଷା ଆରମ୍ଭ କରିଛି । ରକ୍ତ ପରୀକ୍ଷା ପରେ କେଉଁ କାରଣରୁ ଲୋକଙ୍କ ମୃତ୍ୟୁ ହେଉଛି ଜାଣିହେବ ହେବ ବୋଲି ଡାକ୍ତରି ଟିମ କହିଛି । ପାଣି ପାଇଁ ନଳକୂପ ଥିବା ବେଳେ ଏକ ମାସ ନୁହେଁ ତିନି ମାସରେ ଆଠ ଜଣ ଲୋକ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ପିଏ ଆଇଟିଡିଏ କହିଛନ୍ତି । କିନ୍ତୁ ପ୍ରଶାସନ ପଦକ୍ଷେପ ନେବାରେ ବିଳମ୍ବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.