ETV Bharat / state

ଘଷିପୁରାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ ପାଳନ

author img

By

Published : Nov 10, 2020, 4:05 PM IST

କେନ୍ଦୁଝରରର ଘଷିପୁରାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ ପାଳିଲେ ଦଳୀୟ କର୍ମୀ । ପଢନ୍ତୁ ଅଧିକ....

କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ଜନ୍ମଦିନ ପାଳନ

ଆନନ୍ଦପୁର: ଘଷିପୁରା ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଛି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଜନ୍ମଦିନ । ନିର୍ବାଚନ ମଣ୍ଡଳୀର କୋଳିମାଟି ପଞ୍ଚାୟତ ଅନ୍ତର୍ଗତ ଦରଗଡ଼ିଶିଳା ଠାରେ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି ପରିବାର ତରଫରୁ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମର ନେତୃତ୍ବ ବିଜେପି ନେତା ଦିପକ ଜେନା ନେଇଥିବା ବେଳେ ଆକାଶ ସାହୁ, କୁଳମଣି ଶା, ଆଶୀର୍ବାଦ ବେହେରା, ବିଭୁ ବେହେରା, ଶସଧର ନାୟକ, ସୁଦର୍ଶନ ନାୟକ, ବେଣୁଧର ନାୟକ, ଯୁଧିଷ୍ଠିର ନାୟକ, କୁଳମଣି ନାୟକ ଆଦି ସାମିଲ ହୋଇଥିଲେ ।

କେନ୍ଦ୍ର ମନ୍ତ୍ରୀଙ୍କ 65 ତମ ଜନ୍ମଦିନ ଅବସରରେ ତାଙ୍କ ଦୀର୍ଘ ଜୀବନ କାମନା କରିବା ସହ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ କର୍ମୀ ମାନେ। ପରେ ମନ୍ଦିର ବେଢାରେ ସଫେଇ କରାଯିବା ସହ ମାସ୍କ୍ ଓ ଫଳ ବଣ୍ଟନ କରାଯାଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

For All Latest Updates

TAGGED:

Avo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.