ETV Bharat / state

କେନ୍ଦୁଝରରେ ଜୋର ଧରିଲା ମେଡିକାଲ କଲେଜରେ ସ୍ଥାନୀୟ ନିଯୁକ୍ତି ଦାବି - କେନ୍ଦୁଝରରେ ନିଯୁକ୍ତି ଦାବି ନେଇ ଦାବିପତ୍ର ପ୍ରଦାନ

ମେଡିକାଲ କଲେଜରେ ସ୍ଥାନୀୟ ନିଯୁକ୍ତି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ମେଡିକାଲ କଲେଜରେ ସ୍ଥାନୀୟ ନିଯୁକ୍ତି ଦାବି ନେଇ ଦାବିପତ୍ର

author img

By

Published : Jun 10, 2022, 11:52 AM IST

କେନ୍ଦୁଝର: ଦିନକୁ ବେକାରୀ ସମସ୍ୟା ଗୁରୁତର ହେବାରେ ଲାଗିଛି । ଏହି ସମସ୍ୟା ମଧ୍ୟରେ ବେକାରୀଙ୍କୁ ନିଯୁକ୍ତି ଦେଇ ଲାଞ୍ଚ କାରବାର ନେଇ ଗୁରୁତର ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି କେନ୍ଦୁଝର ଜିଲ୍ଲାରେ ନୂତନ ନିର୍ମିତ ହେଉଥିବା ମେଡିକାଲ କଲେଜରେ । ନୂତନ କଲେଜରେ ବିନା ବିଜ୍ଞପ୍ତିରେ ଏକ ଠିକା ସଂସ୍ଥା ବିଭିନ୍ନ ପଦବୀ ପୂରଣ କରୁଛି । ଏହି ସଂସ୍ଥା କିଛି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ମିଶି ବାହାର ଜିଲ୍ଲାର ଯୁବକଙ୍କଠୁ ଲାଞ୍ଚ ନେଇ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲାରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ପ୍ରାଧାନ୍ୟ ନଦେଇ ଜିଲ୍ଲା ବାହାରର ଯୁବକଙ୍କୁ ନିଯୁକ୍ତି ନେଇ ଅସନ୍ତୋଷ ଦେଖାଦେଇଛି । ଏନେଇ ସ୍ୱର ଉତ୍ତୋଳନ କରିଛନ୍ତି ସ୍ଥାନୀୟ ବେକାରୀ ଯୁବକ ସଙ୍ଘ ।

ମେଡିକାଲ କଲେଜରେ ସ୍ଥାନୀୟ ନିଯୁକ୍ତି ଦାବି ନେଇ ଦାବିପତ୍ର

ଏନେଇ ଗୁରୁବାର ଶତାଧିକ ବେକାର ଯୁବକ ଯୁବତୀ ସ୍ଥାନୀୟ ଭିତ୍ତିରେ ନିଯୁକ୍ତି ନେଇ ଦାବି କରିଛନ୍ତି । ଏସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସ୍ଥାନୀୟ ନିଯୁକ୍ତି ଦାବି ସହ ଲାଞ୍ଚ କାରବାରର ତଦନ୍ତ ଦାବି କରିଛି ବେକାରୀ ଯୁବକ ସଙ୍ଘ । ଯଥାଶୀଘ୍ର ଏହାର ତଦନ୍ତ ନକଲେ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.