ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆବାସ ମେଳା ଅନୁଷ୍ଠିତ ହୋଇଛି । ବିଭିନ୍ନ ସ୍ଥାନରେ ହୋଇଥିବା ଏହି ମେଳାରେ 2000 ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।
ତେବେ ଏହି ଆବାସ ମେଳାରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଘଷିପୁରା ବିଡିଓ ମଧୁସ୍ମିତା ସାମନ୍ତରାୟ ଯୋଗ ଦେଇଥିଲେ । ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ଚାରିମାସ ଭିତରେ ଆବାସ ସମ୍ପୂର୍ଣ୍ଣ କଲେ ସରକାରଙ୍କ ପକ୍ଷରୁ 20 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ