ETV Bharat / state

କେନ୍ଦୁଝରରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ, ଉଭୟ ସୁରଟ ଫେରନ୍ତା - keonjhar news

କେନ୍ଦୁଝରରେ ଦୁଇ ସୁରଟ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ କୋରୋନା ପଜେଟିଭ ସଂଖ୍ୟା ୪ କୁ ପହଞ୍ଚିଛି । ଅଧିକ ପଢନ୍ତୁ...

two-surat-returns-covid19positive-in-kendujhar
କେନ୍ଦୁଝରରେ ଦୁଇ ସୁରତ ଫେରନ୍ତା କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : May 12, 2020, 8:38 PM IST

କେନ୍ଦୁଝର: ଦୁଇ ସୁରଟ ଫେରନ୍ତା କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ଦୁଇ ଜଣ ସୁରଟରୁ ଫେରିଥିବା ବେଳେ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଜିଲ୍ଲାରେ କୋରୋନା ପଜେଟିଭ ସଂଖ୍ୟା ୪ କୁ ପହଞ୍ଚିଛି ।

କେନ୍ଦୁଝରରେ ଦୁଇ ସୁରତ ଫେରନ୍ତା କୋରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଦୁଇ ଜଣ ଯୁବକ ଢେଙ୍କା ପଞ୍ଚାୟତ ଓ ଧନୁର୍ଜୟପୁର ଅଞ୍ଚଳର ବୋଲି ଜଣା ପଡ଼ିଛି । ସେହି ଅଞ୍ଚଳଟିକୁ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ହିସାବରେ ଘୋଷଣା କରାଯାଇଥିଲା । କିନ୍ତୁ ସେମାନଙ୍କର କଣ୍ଟାକ୍ତ ଟ୍ରେସିଂକୁ ବର୍ତ୍ତମାନ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ଏହି ଉପଖଣ୍ଡରେ ଦୁଇ ଜଣ କଲିକତା ଫେରନ୍ତାଙ୍କ ଠାରେ କୋରୋନା ପଜେଟିଭ ମିଳିଥିବା ବେଳେ ଚଳିତ ଥର ସୁରଟ ଫେରନ୍ତା ଜିଲ୍ଲାରେ ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ାଇଛି । ଆଜିକୁ ମିଶାଇ ଜିଲ୍ଲାରେ ସଂଖ୍ୟା ୪ କୁ ପହଞ୍ଚିଛି ।

ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଚିନ୍ତା ବଢାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ କୋବିଡ଼ ୧୯ ସଂକ୍ରମଣର କଣ୍ଟାକ୍ଟ ଟ୍ରେସିଂକୁ ସହଜ କରିବା ପାଇଁ ପ୍ରତ୍ୟକ ବାଣିଜ୍ୟ ପ୍ରତିଷ୍ଠାନରେ ଆସୁଥିବା କ୍ରେତାଙ୍କ ଠିକଣା ଲେଖିବାକୁ ନିର୍ଦେଶ ଦିଆଯାଇଛି । ଏହା ସହ ସଂକ୍ରମଣ ନିୟମକୁ ଉଲ୍ଲଂଘନ କରିବା ନେଇ ଦୁଇଟି ମେଡ଼ିସିନ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.