ETV Bharat / state

ଗୁହାଳରେ କଟୁଛି ଦୁଇ ଭଉଣୀଙ୍କ ଜୀବନ, ଦୁଃଖ ଶୁଣିବେ କି ସରକାର ?

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଉ ନଥିବାରୁ ବହୁ ଗରିବ ଲୋକେ ଭଙ୍ଗା ଦଦରା ଘରେ ଦୁଃଖ କଷ୍ଟରେ ରହୁଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତର ଦୁଇ ଭଉଣୀ ।

author img

By

Published : Jan 22, 2021, 7:50 PM IST

ଦୁଇ ଭଉଣୀଙ୍କ ଦୁର୍ବିଷଣ ଜୀବନ
ଦୁଇ ଭଉଣୀଙ୍କ ଦୁର୍ବିଷଣ ଜୀବନ

ଆନନ୍ଦପୁର: ଗରିବ ଓ ଅସହାୟ ଲୋକଙ୍କୁ ସରକାର ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି । ହେଲେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଉ ନଥିବାରୁ ବହୁ ଗରିବ ଲୋକେ ଭଙ୍ଗା ଦଦରା ଘରେ ଦୁଖ କଷ୍ଟରେ ରହୁଛନ୍ତି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତରେ ।

ଦୁଇ ଭଉଣୀଙ୍କ ଦୁର୍ବିଷଣ ଜୀବନ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ ୧୫ ନମ୍ବର ୱାର୍ଡର ଦୁଇ ଭଉଣୀ ମୂଷୀ ବେହେରା ଓ କନକ ବେହେରା । ଦୁହେଁ ଅବିବାହିତ, ୧୦ ବର୍ଷ ତଳୁ ବାପା ଗିରିଧାରୀ ବେହେରା ଆରପାରିକୁ ଯିବା ପରେ ସେମାନଙ୍କ ଦୁଃଖ ବଢ଼ିଯାଇଛି ।

ଉଭୟ ପର ଘରେ କାମ କରି ପେଟ ପୋଷୁଛନ୍ତି । ପକ୍କାଘର ନଥିବାରୁ ଝାଟିମାଟି ଘରେ ଗାଈବାଛୁରିଙ୍କ ସହ ରହୁଛନ୍ତି । ବାରମ୍ବାର ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଥିଲେ ମଧ୍ୟ, ସେମାନଙ୍କୁ ଜାଣିଶୁଣି ଏଥିରୁ ବଞ୍ଚିତ କରାଯାଉଛି । ଏପରିକି ସରକାରୀ ଯୋଜନାରେ ଗ୍ରାମର ସମସ୍ତ ଗରିବ ପରିବାରକୁ ମାଗଣାରେ ବିଦ୍ୟୁତ ସଂଯୋଗ ଦିଆଯାଇ ଥିବାବେଳେ ସେମାନଙ୍କୁ ଏଥିରୁ ମଧ୍ୟ ବାଦ ଦିଆଯାଇଛି ।

ସଂନ୍ଧ୍ୟା ହେଲେ ଡିବିରି ଜାଳି ରହୁଛନ୍ତି । ସରକାରୀ ବାବୁମାନେ ଏହି ଦୁଇ ଭଉଣୀଙ୍କ ପ୍ରତି ଅବିଚାର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସରକାର ଗରିବମାନଙ୍କ ପାଇଁ ମାଳମାଳ ଯୋଜନା କରୁଥିବା ବେଳେ କିନ୍ତୁ, ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଖୁବଶୀଘ୍ର ତଦନ୍ତ କରି ଏହି ଅସହାୟ ଦୁଇ ଭଉଣୀକୁ ଆବାସ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.