ETV Bharat / state

ଅଟୋକୁ ପିଟିଲା ଟ୍ରକ୍, 2 ମୃତ 3 ଗୁରୁତର

author img

By

Published : Oct 13, 2022, 3:54 PM IST

ଯଶିପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ 2ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ 3ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ

୪୯ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା , 2ମୃତ
୪୯ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା , 2ମୃତ

ରାଇରଙ୍ଗପୁର: ଯଶିପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏଥିରେ 2ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ମୃତ 2ଜଣ ବେଗୁନିଆ ଗ୍ରାମର ଲବ ସିଂ ଓ ଗୌର ମୋହନ ହୋ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ବେଗୁନିଆ ଗ୍ରାମର ସାତ ଜଣ ଫୁଟବଲ ଖେଳ ଦେଖି ସାରି ସିଲଟିଆ ଗ୍ରାମରୁ ଏକ ଅଟୋ ଯୋଗେ ନିଜ ଗାଁ ବେଗୁନିଆ କୁ ଫେରୁଥିଲେ। ସେହି ସମୟରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଏକ ଦଶ ଚକିଆ ଟ୍ରକ ଆସି ଅଟୋକୁ ଧକ୍କା ଦେଇଥିଲା। ଏଥି ସହ ଧକ୍କା ଦେବା ପରେ ଘଟଣାସ୍ଥଳରୁ ଟ୍ରକ ଟି ଫେରାର ହୋଇ ଯାଇଥିବା ନେଇ ଜଣା ପଡିଛି। ଫଳରେ ଅଟୋ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହିତ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ ।

ତେବେ ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଯଶିପୁର ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନି ଜଣଙ୍କର ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ଜାରି ରହିଥିଲା । ପରେ ତିନି ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପଟେ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ସେପଟେ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ଆଜି କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦୁହିଁଙ୍କ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଯଶିପୁର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.