ଆନନ୍ଦପୁର: ଆନନ୍ଦପୁର ବନଖଣ୍ତ ଅଧିନ ପଟିଲୋ ସଂରକ୍ଷିତ ଜଙ୍ଗଲ ମଧ୍ଯରେ ପଶି ମୂଲ୍ଯବାନ ଆକାଶିଆ ଏବଂ ସିମାରୁଆ ଗଛ କାଟୁଥିବା ସମୟରେ ପୂର୍ବ ସୂଚନା ମୂତାବକ ଜଙ୍ଗଲ ନିକଟରେ ଛକି ରହିଥିବା ବନକର୍ମଚାରୀ ଦୁଇ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୧୦ଟି ବଲ୍ଲା ଏବଂ ୨ଟି କୁରାଢୀ ଜବତ କରିଥିଲେ । ଗିରଫ ଦୁଇ ଆସାମୀ ସ୍ଥାନୀୟ ଦାନ୍ତିଆ ଗ୍ରାମର ମଳୟ ମଲ୍ଲିକ ଏବଂ ଗଡବାନ୍ଧଗୋଡାର ଭ୍ରମର ମୁଣ୍ତା ବୋଲି ଜଣାପଡିଛି ।
ଉଭୟଙ୍କ ନାମରେ ୨୪/୨୧ରେ ଫରେଷ୍ଟ ଆକ୍ଟରେ ମାମଲା ରୁଜୁ କରାଯାଇ ଘସିପୁରା ଗ୍ରାମ୍ଯନ୍ଯାୟଧିଶଙ୍କ ଠାରେ ହାଜର କରାଯାଇଥିଲା । ସେଠାରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଆନନ୍ଦପୁର ଉପକାରାଗାରକୁ ପଠାଇ ଦିଆଯାଇଛି।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ