ETV Bharat / state

Truck Owners Association Election: ସଂଘକୁ ଅକ୍ତିଆରକୁ ନେଲେ ସାଧାରଣ ଟ୍ରକ ମାଲିକ - କେନ୍ଦୁଝର ଖବର

ଟ୍ରକ ମାଲିକ ସଂଘକୁ ଅକ୍ତିଆରକୁ ନେଲେ ସାଧାରଣ ଟ୍ରକ ମାଲିକ । ଓଡ଼ିଶାର ବିତ୍ତଶାଳୀ ସଂଘ ଭାବେ ଜିଲ୍ଲା ଟ୍ରକ ମାଲିକ ସଂଘ ବେଶ ପରିଚିତ । ଏହି ସଂଘ ଅଧୀନରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ଅନୁବନ୍ଧିତ । କିଛି ବର୍ଷ ହେବ ଟ୍ରକ ମାଲିକ ସଂଘ ପିଛା ବିବାଦ ଛାଡୁ ନାହିଁ । ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ନେଇ ବିବାଦ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Truck Owners Association Election: ସଂଘକୁ ଅକ୍ତିଆରକୁ ନେଲେ ସାଧାରଣ ଟ୍ରକ ମାଲିକ

author img

By

Published : Nov 4, 2022, 11:09 PM IST

କେନ୍ଦୁଝର: ଟ୍ରକ ମାଲିକ ସଂଘକୁ ଅକ୍ତିଆରକୁ ନେଲେ ସାଧାରଣ ଟ୍ରକ ମାଲିକ । ଓଡ଼ିଶାର ବିତ୍ତଶାଳୀ ସଂଘ ଭାବେ ଜିଲ୍ଲା ଟ୍ରକ ମାଲିକ ସଂଘ ବେଶ ପରିଚିତ । ଏହି ସଂଘ ଅଧୀନରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ଅନୁବନ୍ଧିତ । କିଛି ବର୍ଷ ହେବ ଟ୍ରକ ମାଲିକ ସଂଘ ପିଛା ବିବାଦ ଛାଡୁ ନାହିଁ । ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ନେଇ ବିବାଦ ସୃଷ୍ଟି ହୋଇଛି । ପୂର୍ବ କାର୍ଯ୍ୟକାରିଣୀରେ ସଂଘରେ ବିବାଦ ସୃଷ୍ଟି ହୋଇଥିବାରୁ ନ୍ୟାୟାଳୟର ଆଶ୍ରୟ ପରେ ନୂତନ କାର୍ଯ୍ୟକାରିଣୀ ପାଇଁ ନିର୍ବାଚନ ହୋଇଥିଲା । କିନ୍ତୁ ଚଳିତ କାର୍ଯ୍ୟକାରିଣୀର ଅବଧି ସାରିଯାଇଥିଲେ ହେଁ ନୂତନ ନିର୍ବାଚନ କରିବାକୁ ସଦସ୍ୟ ମାନେ ରାଜି ହେଉନଥିବା ଅଭିଯୋଗ ହୋଉଛି ।

Truck Owners Association Election: ସଂଘକୁ ଅକ୍ତିଆରକୁ ନେଲେ ସାଧାରଣ ଟ୍ରକ ମାଲିକ

ଏନେଇ ବହୁ ଟ୍ରକ ମାଲିକ ନୂତନ କର୍ମକର୍ତ୍ତା ଚୟନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ବର୍ତମାନର କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ । ଫଳରେ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନ ପାଇଁ ଆମରଣ ଅନଶନରେ ଛଅ ଦିନ ଧରି ବସିଛନ୍ତି ଟ୍ରକ ମାଲିକ । ଏଥିରେ କିଛି ବର୍ତ୍ତମାନର କାର୍ଯ୍ୟକାରିଣୀର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇଛନ୍ତି । ଛଅ ଦିନପରେ ବି ବର୍ତମାନର କାର୍ଯ୍ୟକାରିଣୀ ନିର୍ବାଚନ ପାଇଁ ରାଜି ନହେବାରୁ ଅନଶନରେ ସାମିଲ ହୋଇଥିବା ଟ୍ରକ ମାଲିକମାନେ ସଂଘ କାର୍ଯ୍ୟାଳୟକୁ ଘେରିଥିଲେ । ଶତାଧିକ ଟ୍ରକ ମାଲିକ ଏକ ବିରାଟ ଶୋଭାଯାତ୍ରାରେ ଅନଶନ ସ୍ଥଳରୁ ଟ୍ରକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ପ୍ରଶାସନ ଓ ପୋଲିସ ସହ ଆଲୋଚନା କରିଥିଲେ । ଆଲୋଚନାରେ ଟ୍ରକ ସଂଘର ବର୍ତମାନ କାର୍ଯ୍ୟକାରିଣୀ ଦାୟିତ୍ୱ ହସ୍ତାନ୍ତର ନକରିବାରୁ ଆନ୍ଦୋଳନକାରୀ ଏକ ନୂତନ ଆଡହକ କମିଟି ଘୋଷଣା କରିଥିଲେ । ଏହି ନୂତନ କମିଟି ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ନେବାକୁ ଥିବାବେଳେ ସଂଘର ଅନାନ୍ୟା କାର୍ଯ୍ୟ ମଧ୍ୟ ତୁଲାଇବେ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସଂଘର ନିର୍ବାଚନ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଅନଶନକାରୀଙ୍କ ପକ୍ଷରୁ କୁହାଯାଇଛି । ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.