ETV Bharat / state

ଏନଏଚରେ ଅଘଟଣ: ହୁତୁହୁତୁ ହୋଇ ଜଳିଲା ୧୪ ଚକିଆ ଟ୍ରକ, ଡ୍ରାଇଭର ସୁରକ୍ଷିତ - cabin

ରବିବାର ନାଲଦା ରାଜ୍ୟ ରାଜପଥର ବେଲକୁଣ୍ଡି ନିକଟରେ ଠିଆ ହୋଇଥିବା ଏକ ୧୪ ଚକିଆ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ଟ୍ରକର କ୍ୟାବିନ୍ ପୋଡିଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 30, 2019, 3:11 PM IST

କେନ୍ଦୁଝର: ଟ୍ରକରେ ଲାଗିଲା ନିଆଁ । ରବିବାର ନାଲଦା ରାଜ୍ୟ ରାଜପଥର ବେଲକୁଣ୍ଡି ନିକଟରେ ଠିଆ ହୋଇଥିବା ଏକ ୧୪ ଚକିଆ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ଟ୍ରକର କ୍ୟାବିନ୍ ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିବା ଜଣାପଡିଛି ।

ସୂଚନା ମୂତାବକ, ଝାଡ଼ଖଣ୍ଡ ରାଞ୍ଚିରୁ ଆସୁଥିବା ଏକ ଟ୍ରକ ଟଣ୍ଟୋ ଠାରେ ଥିବା କେ.ଏନ୍. ରାମ୍ ଖଣିକୁ ଆଇରନ୍ ଓର୍ ବୋଝେଇ ପାଇଁ ଯିବାର ଥିଲା । ତେବେ ନୋ ଏଣ୍ଟ୍ରି କାରଣରୁ ଟ୍ରକଟି ବଡ଼ବିଲ - ନାଲଦା ରାଜ୍ୟ ରାଜପଥର ବେଲକୁଣ୍ଡି ନିକଟ ରାସ୍ତା କଡ଼ରେ ଅଟକି ରହିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ତେଣୁ ଡ୍ରାଇଭର ତଥା ମାଲିକ ଏମଡି ମୁଜାହିଦ ଟ୍ରକକୁ ରାସ୍ତା କଡ଼ରେ ଠିଆ କରି ହେଲପର ସହ ବୁଲୁଥିବା ସମୟରେ ହଠାତ୍ କ୍ୟାବିନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ । କ୍ଷଣିକ ମଧ୍ୟରେ ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ।

ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମାତ୍ର ୩ ମାସ ତଳେ ଏମଡି ମୁଜାହିଦ ଟ୍ରକଟିକୁ କିଣି ଛତିଶଗଡ଼, ରାୟପୁରରେ ପଞ୍ଜିକୃତ କରିଥିଲେ ବୋଲି ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.